ହରଭଙ୍ଗା: ରେଳଧାରଣା ଧୋଇନେଲା ବର୍ଷା । ରଥଯାତ୍ରା ପୂର୍ବରୁ ଆଉ ପୁରୀକୁ ଗଡିବନି ଟ୍ରେନ । ଲଘୁଚାପ ଜନିତ ଲଗାଣ ବର୍ଷା ସାଜିଲା ବାଧକ । ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ରେଳ ଧାରଣା ତଳୁ ମାଟି ଧୋଇ ହୋଇଥିବା ସୂଚନା । ତଳେ ମାଟି ନଥାଇ ସମ୍ପୂର୍ଣ୍ଣ ଭାବେ ଶୂନ୍ୟରେ ଝୁଲୁଛି ରେଳ ଧାରଣା ।
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ବୌଦ୍ଧ ଜିଲ୍ଲାର ଚାରିଛକ ରେଳ ଷ୍ଟେସନକୁ ରଥଯାତ୍ରା ପୂର୍ବରୁ ଗଡିଥାନ୍ତା ଟ୍ରେନ । ସେଥିପାଇଁ ସମସ୍ତ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲୁଥିଲା । ହେଲେ ଲଘୁଚାପଜନିତ ଲଗାଣ ବର୍ଷା ସାଜିଲା ବାଧକ। ଚାରିଛକ ରେଳ ଷ୍ଟେସନ ନିକଟ ୭ ନମ୍ବର ରେଳ ଟନେଲ ସମ୍ମୁଖରେ ପ୍ରାୟ ୨୦ ମିଟର ଲମ୍ବ ରେଳ ଧାରଣା ଧୋଇ ନେଇଛି । ଏହି ରେଳ ପ୍ରକଳ୍ପର ୪ ନଂ ଟନେଲ ମଧ୍ୟରେ ପାଣି ପଶିଥିବା ବେଳେ ଏବେ ରେଳ ଧାରଣା ପାଣିରେ ଧୋଇ ହୋଇଯିବା ଏହି ରେଳ ପ୍ରକଳ୍ପର ସ୍ଥାୟିତ୍ୱ ଏବଂ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

