ତିହିଡି, ୦୮.୦୭: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ବିଜୟଶ୍ରୀ କଲ୍ୟାଣରେ ଆଶ୍ରସ୍ଥଳହୀନ ଗ୍ରାମଗୁଡିକର ଟାସ୍କଫୋର୍ସ ସ୍ୱେଚ୍ଛାସେବୀମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ସମୟରେ ସନ୍ଧାନ ସହ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା ସମେତ ବିପର୍ଯ୍ୟୟ ବିପଦ ହ୍ରାସ ବିଷୟରେ ସବିଶେଷ ତାଲିକ ପ୍ରଦାନ କରା ଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଆସନ୍ତା ସୋମବାର ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ । ସରପଞ୍ଚ ସୁପ୍ରଭା ପାଣିଙ୍କ ପୌରହିତ୍ୟରେ ଉଦ୍ଘାଟନୀ ଉତ୍ସବରେ ତହସିଲଦାର ସୁବାଶିଶ ସାହୁ, ବିଡିଓ ନିରଞ୍ଜନ ବାରିକ, ଡିପିଓ ଅମ୍ଳାନ ଅନୁପମ ସେନାପତି, ବ୍ଲକର ନୋଡାଲ ଏନଜିଓ ରଞ୍ଜୁଲତା ଗାହାଣ, ଅତିରିକ୍ତ ବିଡଓ ମୀନକେତନ ବାରିକ, ପଞ୍ଚାୟତ ଏଡିଓ ମାନସୀ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଟ୍ରେନର ଭାବେ ହରପ୍ରିୟା ମାଇତି, ରତିକାନ୍ତ ନାୟକ ଓ ପବିତ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ସମୟରେ ସନ୍ଧାନ କରି ଉଦ୍ଧାର କରିବା ସହତ ଆବଶ୍ୟକ ମୁତାବକ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ନିଆଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି । ଏହି ତାଲିମ ଶିବିରରେ ୪୦ ଜଣ ସାମାଜିକ କର୍ମୀ ଯୋଗ ଦେଇଥିବା ଜଣାଯାଇଛି । ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ଦିଆଯାଉଛି । ଦ୍ୱୀତିୟ ଦିନରେ ଡିପିଓଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଆସି କାର୍ଯ୍ୟକ୍ରମ ଓ ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ସାମାଜିକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।

