ବୌଦ୍ଧ: ବିଦ୍ୟାଳୟ ଛାତରୁ ଖସିଲା ସିଲିଂ । ବୌଦ୍ଧ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଘଟଣ ଘଟିଛି । ଲଗାଣ ବର୍ଷା ଯୋଗୁ ବିଦ୍ୟାଳୟ ଛାତରୁ ସିଲିଂ ଖସି ପଡିଥିବା ସୂଚନା ମିଳିଛି । ହରଭଙ୍ଗା ବ୍ଲକରେ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଆଜି ସକାଳୁ ଛାତ୍ରଛାତ୍ରୀ ସ୍କୁଲ ଆସିବା ପରେ ଛାତରୁ ସିଲିଂ ଖସିପଡିଥିଲା । ଏବେ ସଫେଇ କାର୍ଯ୍ୟ ଜାରି ରହିଛି ।
ସେହିପରି ଗତ ଦୁଇ ଦିନ ତଳେ ଲଗାଣ ବର୍ଷାରେ ବୌଦ୍ଧ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ କୋଠରୀର ସିଲିଂ ଖସିଯାଇଥିଲା । ସୌଭାଗ୍ୟବଶତଃ ସିଲିଂ ଖସିବା ବେଳକୁ ସେହି ସ୍ଥାନରୁ ଉଠି ଆସିଥିଲେ ବୟନଶିଳ୍ପ ନିର୍ଦ୍ଦେଶକ । ଯାହା ଫଳରେ ସେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଦୁର୍ବଳ ଛାତ ଥିବାବେଳେ ଛାତକୁ ଖୁବ୍ଶୀଘ୍ର ମରାମତି କରାନଗଲେ ଆଗାମୀ ଦିନରେ ବର୍ଷା ବଢ଼ିଲେ ଏ କାର୍ଯ୍ୟାଳୟ ପ୍ରତି ବଡ ବିପଦ ସୃଷ୍ଟି କରିବା ଆଶଙ୍କା କରାଯାଉଥିଲା ।

