ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଙ୍ଗିଲା ନେହରୁଙ୍କ ୪୩୯୮ ଦିନର ରେକର୍ଡ । ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଲଗାତାର ୪୩୯୯ ଦିନ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହାସହ ଭାରତୀୟ ସ୍ଵାଧୀନତା ପରବର୍ତ୍ତୀ ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହୋଇଛି ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ସ୍ବାଧୀନତା ପରବର୍ତ୍ତୀ ଗଣତାନ୍ତ୍ରିକ ଇତିହାସରେ ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ଲଗାତାର ୪୩୯୯ ଦିନ ସହ ଦେଶର ପିଏମ ଭାବେ ରେକର୍ଡ । ଭାରତର ସବୁଠାରୁ ଦୀର୍ଘକାଳିନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ୪ହଜାର ୩୯୮ଦିନର ରେକର୍ଡ ଭାଙ୍ଗିଲେ । ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ପରେ ୧୯୫୨ ମେ ୧୩ରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୧୯୬୪ ମେ ୨୭ ଯାଏ ନେହେରୁ ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଥିଲେ।
ଆଜି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ୪ହଜାର ୩୯୯ଦିନ ପୂରଣ କଲେ ନରେନ୍ଦ୍ର ମୋଦି। ଏହାସହ ଭାରତୀୟ ସ୍ଵାଧୀନତା ପରବର୍ତ୍ତୀ ଗଣତାନ୍ତ୍ରିକ ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ୨୦୧୪ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମୋଦି । ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିରବଚ୍ଛିନ୍ନ ଭାବେ ଦେଶର ସେବା କରି ବିକାଶର ନୂଆ ମାର୍ଗକୁ ନେଇଆସିଥିବା କହିଛି ବିଜେପି । ରାଜନୀତିରେ ମୋଦିଙ୍କ ଏକ ଅସାଧାରଣ ଯାତ୍ରା। ୨୦୧୪ରେ ବିଜେପିର ବହୁମତ ସହ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଭାବେ ନୂଆ ଦାୟିତ୍ବ ନେଇଥିଲେ ମୋଦି । ୨୦୧୯ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପିର ଜୟଯାତ୍ରା ଜାରି ରଖିଥିଲା । ପଣ୍ଡିତ ନେହେରୁଙ୍କ ପରେ ଦେଶରେ ଲଗାତାର ୩ଟି ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବାରେ ମୋଦି ହେଉଛନ୍ତି ଦ୍ଵିତୀୟ ନେତା । ପୂର୍ବରୁ ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦୀର୍ଘତମ ନିରନ୍ତର କାର୍ଯ୍ୟକାଳ ୪,୦୭୭ ଦିନର ଅବଧିକୁ ଅତିକ୍ରମ କରି ଦ୍ଵିତୀୟ ସ୍ଥାନକୁ ଆସିଥିଲେ। ମୋଦିଙ୍କ ଏହି ରେକର୍ଡ ଆଗାମୀ ନିର୍ବାଚନରେ ବିଜେପି ପାଇଁ ବଡ଼ ରାଜନୈତିକ ନ୍ୟାରେଟିଭ ପାଲଟିବା ସମ୍ଭାବନା ରହିଛି ।

