ବୁଧବାର ସକାଳ ୯ ଘଟିକା ସମୟରେ ରେମୁଣା ବିଜେପି ପକ୍ଷରୁ ବାଲିଆ ସ୍ଥିତ ରାମେଶ୍ୱର ମନ୍ଦିରରେ ଭବ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ଧରି ନିରନ୍ତର ଭାବେ ଜନମତର ଆଶୀର୍ବାଦ ପାଇ ଦେଶର ନେତୃତ୍ୱ କରୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ଦୂରଦର୍ଶୀ ଚିନ୍ତାଧାରା ଏବଂ ରାଷ୍ଟ୍ରସେବା ପ୍ରତି ଅତୁଳନୀୟ ସମର୍ପଣ ଭାରତକୁ ବିଶ୍ୱ ମଞ୍ଚରେ ଏକ ନୂତନ ପରିଚୟ ପ୍ରଦାନ କରିଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରନ୍ତର ରାଷ୍ଟ୍ରସେବା ପାଇଁ ଏହି ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିପିନ ମାରାଣ୍ଡି, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ସମ୍ପାଦିକା ରବିତା ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମଣ୍ଡଳ ସଭାପତି ଉମାକାନ୍ତ ଜେନା, ମାୟାଧର ପ୍ରଧାନ, ପ୍ରଫୁଲ୍ଲ ଦ୍ବିବେଦୀ, ମାନସ ମହାନ୍ତି, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ପ୍ରମୁଖଙ୍କ ସହ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

