ବ୍ରହ୍ମପୁର: ଦାଦାବଟି ନଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଆକ୍ରମଣ ପରେ ଘରେ ପଶି ସୁନା ଅଳଙ୍କାର ଲୁଟିବା ସହ କାର୍ ଭାଙ୍ଗିଦେଲେ । ଗଞ୍ଜାମ ଗୋଳନ୍ଥରା ଥାନା ସିଙ୍ଗାବାଡି ଗାଁରେ ଘଟଣା ଘଟିଛି । ଗୁରୁତର ହରେଶ ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହରେଶଙ୍କୁ ଦାଦାବଟି ମାଗିଥିଲେ କିଛି ଦୁର୍ବୃତ୍ତ । ଟଙ୍କା ଦେବାକୁ ମନା କରିବାରୁ ଗୋଡାଇ ଗୋଡାଇ ହାଣିଥିଲେ । ପରେ ଘରେ ପଶି ଆସବାବପତ୍ର ନଷ୍ଟ କରିବା ସହ ସୁନା ଅଳଙ୍କାର ନେଇଯାଇଛନ୍ତି । ଏପରିକି ହରେଶଙ୍କୁ କାରକୁ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ, ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଅଞ୍ଚଳରେ ଆକ୍ରମଣ ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । ଦିମୁହାଣ ସାହି ଠାରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାର ତଦନ୍ତ କରୁଥିଲା ବନ୍ତଳା ଥାନା ପୋଲିସ ।

