ନୀଳଗିରି,ତା,୦୯/୦୫-
ନୀଳଗିରି ବସ ଷ୍ଟାଣ୍ଡ ସ୍ଥିତ
ରାଧା ଶ୍ୟାମସୁନ୍ଦର ଗୌଢିୟ ମଠ ପରିସର ରେ ସପ୍ତାହବ୍ୟାପୀ ଭାଗବତ ପ୍ରବଚନ ବିଷ୍ଣୁପାଦତ୍ରିଦଣ୍ଡି ସ୍ବାମୀ ଭକ୍ତିସୁନ୍ଦର ସାଗର ଗୋସ୍ୱାମୀ ମହାରାଜ ଙ୍କ ୯୬ ତମ ଆବିର୍ଭାବ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି। ସୂଚନା ରୁ ଜଣାଯାଇଛି,ମେ ୧ ତାରିଖ ଠାରୁ ଆରମ୍ଭ ହୋଇ ମେ ମାସ ୭ ତାରିଖ ରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେଥିରେ ବୃନ୍ଦାବନ ରୁ
ଆସିଥିବା ଶ୍ରୀ ଶ୍ରୀ ଭକ୍ତି ସୁମନ ଗୋବିନ୍ଦ ମହାରାଜ
ତାଙ୍କର ଅମୃତ ମୟ ପ୍ରବଚନ ଶ୍ରଦ୍ଧାଳୁ ଙ୍କ
ସମ୍ମୁଖ ରେ ନିବେଦନ କରିଥିଲେ।
୮ ତାରିଖ ରେ ଶ୍ରୀ ଶ୍ରୀ
ଭକ୍ତି ସୁନ୍ଦର ସାଗର ଗୋସ୍ୱାମୀ ମହାରାଜ ଙ୍କ
୯୬ ତମ ଆବିର୍ଭାବ ଜୟନ୍ତୀ ରେ ପ୍ରଥମ ଦିନ
ଅଧିବାସ ଓ ୯ ତାରିଖ ଦ୍ଵିତୀୟ ଦିନ ଆବିର୍ଭାବ ଜୟନ୍ତୀ ସଭା , ଶ୍ରୀମଦ୍ ଭକ୍ତି ବୈଭବ ବୈଷ୍ଣବ
ମହାରାଜ ଙ୍କ ତତ୍ୱାବଧାନ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ଶ୍ରୀମଦ ୧୦୮ ଭକ୍ତି ସମ୍ବନ୍ଧ
ଆଚାର୍ଯ୍ୟ ମହାରାଜ
ସଭାପତିତ୍ଵ କରିଥିବା ବେଳେ,ଭକ୍ତି ପ୍ରକାଶ ମୁନି
ମହାରାଜ,ଭକ୍ତି ପ୍ରକାଶ ପ୍ରେମାନନ୍ଦ ମହାରାଜ,ଯଶୋଦା ନନ୍ଦନ ବାବାଜୀ ମହାରାଜ
,ଭକ୍ତି ପ୍ରକାଶ ମହନ୍ତର ମହାରାଜ,ଭକ୍ତି ସମ୍ବନ୍ଧ କେଶବ ମହାରାଜ,ନିଶ
କିଞ୍ଚନ ମହାରାଜ,ଭକ୍ତି ରକ୍ଷକ ତ୍ରିବିକ୍ରମ ମହାରାଜ,ଭକ୍ତି ସ୍ୱରୂପ ଗିରି ମହାରାଜ,ଭକ୍ତି
ନିକେତନ ଭାବ ମହାରାଜ, ଭକ୍ତି ସଜ୍ଜନ ମହାରାଜ ମଞ୍ଚାସୀନ ହୋଇ ସାଗର ମହାରାଜ ଙ୍କ ସ୍ମୃତି ଚାରଣ କରିବା ସହିତ ଉଦଳା ଓ ନୀଳଗିରି ମଠ ର ନିର୍ମାଣ
ରେ ତାଙ୍କର ଅବଦାନ ସମ୍ପର୍କ ରେ ବିସ୍ତୃତ ଭାବରେ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ ଅବଗତ କରାଇ ଥିଲେ।ଉକ୍ତ କାର୍ଯ୍ୟ କ୍ରମ ପରିଚାଳନା ରେ,ଦିନବନ୍ଧୁ ପ୍ରଭୁ, ସତ୍ୟକୃଷ୍ଣ ପ୍ରଭୁ,ମିଳନ ପ୍ରଭୁ,ରାମକୃଷ୍ଣ ପ୍ରଭୁ,ସତ୍ ରାଜ ପ୍ରଭୁ,ମାଧବ ପ୍ରଭୁ, ସରୋଜ ପ୍ରଭୁ, ମୁନା ପ୍ରଭୁ,ଜିତ୍ତୁ ପ୍ରଭୁ ଓ ନବ ପ୍ରଭୁ ପ୍ରମୁଖ ସହଯୋଗ
କରିଥିବା ଦେଖା ଯାଇଛି।
ଏଠାରେ ସୂଚନା ଯୋଗ୍ୟ,୯ ଦିବସ ବ୍ୟାପୀ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ବେଳେ,ଆଜି ସହସ୍ରାଧିକ
ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।

