ବିଶିଷ୍ଟ ଟ୍ରେଡ୍ ୟୁନିଅନ ନେତା, ସି.ଆଇ.ଟି.ୟୁର ସାଧାରଣ ସମ୍ପାଦକ ଓ ସର୍ବଭାରତୀୟ ଉପସଭାପତି, ସିପିଆଇ(ଏମ) ଓଡ଼ିଶା ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ଆଜି ଭୋର ୩:୧୫ରେ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଦେହାନ୍ତ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ଦୁରାରୋଗ୍ୟ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବିଗତ ୧୫ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ଆକସ୍ମିକ ବିୟୋଗରେ ଓଡ଼ିଶାର ଶ୍ରମିକ ଆନ୍ଦୋଳନ, ବାମପନ୍ଥୀ ରାଜନୀତି ଓ ସାମ୍ୟବାଦୀ ଆନ୍ଦୋଳନ ଗଭୀର ଶୋକାକୁଳ ହୋଇଛି। ଶ୍ରମଜୀବି ଜନସାଧାରଣଙ୍କ ସଂଗ୍ରାମ ପାଇଁ ଗଭୀର ଆଘାତ ଏବଂ ଅପୂରଣୀୟ କ୍ଷତି। ଆଜି ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ସି.ପି.ଆଇ.(ଏମ) ରାଜ୍ୟ ଅଫିସରେ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନର ନେତୃବୃନ୍ଦ ଉପସ୍ଥିତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରି ନିଜର ପ୍ରିୟ ନେତାଙ୍କ ପ୍ରତି ଲାଲ ସଲାମ ଜଣାଇ ଶେଷ ଶ୍ରଦ୍ଧା ଅର୍ପଣ କରିଥିଲେ । ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି। ସିପିଆଇ(ଏମ) ପକ୍ଷରୁ ବରିଷ୍ଠ ନେତା ତଥା ସି. ଆଇ. ଟି. ୟୁ. ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ଶିଶିର ହୁଇ, ଜମେଶ୍ୱର ସାମନ୍ତରାୟ, ବଦ୍ରୀ ନାରାୟଣ ଦାଶ, ଯୁଧିଷ୍ଠିର ବେହେରା, ସାମ୍ୟବାଦୀ ସମ୍ପାଦକ ବସନ୍ତ ମାଝୀ, ରାଜ୍ୟ କମିଟି ସଦସ୍ୟ ନିର୍ମଳ ନାୟକ, ତାପସୀ ପ୍ରହରାଜ, ସରୋଜ ନାୟକ, ଜଗନ୍ନାଥ ଦେଓ, ଗିରିଶ ମହାରଣା, ଲୋଭାକାନ୍ତ ସ୍ୱାଇଁ, ନିର୍ମଳ ରଥ, ମୃତୁଞ୍ଜୟ ବେହେରା, ସିପିଆଇ ପକ୍ଷରୁ ରାଜ୍ୟନେତା ସୁର ଜେନା, ସିପିଆଇ(ଏମ.ଏଲ) ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର,ଏସୟୁସିଆଇ(ସି) ରାଜ୍ୟ ସମ୍ପାଦକ ଶଙ୍କର ଦାଶଗୁପ୍ତା, ଛବି ମହାନ୍ତି, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ବିଜେଡି ରାଜ୍ୟ କୋଷାଧ୍ୟକ୍ଷ ସୁବାସ ସିଂହ,
ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରା, ସିଆଇଟିୟୁ ନେତା ରମେଶ ଜେନା, ଉଲ୍ଲାସ ସ୍ୱାଇଁ, ସତ୍ୟାନନ୍ଦ ବେହେରା, ବସନ୍ତ ନାୟକ, ପ୍ରଫୁଲ୍ଲ ନାୟକ, ପ୍ରଦୀପ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଭାତ ପାଣିଗ୍ରାହୀ, ଏକାଦଶୀ ବେହେରା, ଏଆଇଟିୟୁସି ନେତା ବିଜୟ ଜେନା, ଏଚଏମଏସ ନେତା, ଭୁବନାନନ୍ଦ ମହାରଣା, ଆଇଏନଟିୟୁସି ପକ୍ଷରୁ ନେତ୍ରୀ ଶିଲି ସେଠୀ, ରଶ୍ମୀ ରଞ୍ଜନ ପରିଡ଼ା, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ବଂଶୀଧର ପରିଡା, ଏଆଇୟୁଟିସିସି ନେତା ସୁବାସ ନାୟକ, ବିଜୁ ଶ୍ରମିକ ସାମୁଖ୍ୟ ନେତା ନବ ମହାନ୍ତି ସମେତ ସର୍ଵ ସାଥୀ ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡ଼ା, ଅନନ୍ତ ମଙ୍ଗରାଜ, ଅଭିରାମ ବେହେରା, ଗୋପାଳ କୃଷ୍ଣ ପାଣିଗ୍ରାହୀ, ପ୍ରଭାସ ଚନ୍ଦ୍ର ଷଣ୍ଢ, ରବୀନ୍ଦ୍ର ଧଳ, ଶୁଭ୍ରାଂଶୁ ଉଦଗାତା, ଜଗଦୀଶ ଜେନା, ଅଜୟ ମହାନ୍ତି, ପ୍ରତାପ ମିଶ୍ର, କ୍ଷେତ୍ର ମୋହନ ଦାସ, କାହ୍ନୁ ଚରଣ ମଲ୍ଲିକ, ମୀନା ପ୍ରଧାନ, ଶରତ ଚନ୍ଦ୍ର ବେହେରା, ସୁରେନ୍ଦ୍ର କୁମାର ଜେନା, ରଙ୍ଗା ଚରଣ ପ୍ରଧାନ, ହିମାଂଶୁ ପତି, ନିରଞ୍ଜନ ନାୟକ, ଲୋପାମୁଦ୍ରା ମହାନ୍ତି, ଅଧ୍ୟାପକ ଶରତ ଦାସ, ପର୍ଶୁରାମ ପଲ୍ଲାଇ, ବିକାଶ ନାଥ, ସଚିନ ନାୟକ, ଚମ୍ବୁରୁ ସୋରେନ୍, ଚିତ୍ତରଞ୍ଜନ ରାଉତରାୟ ଓ ଅନ୍ୟାନ୍ୟ ବହୁ ନେତୃବୃନ୍ଦ ଉପସ୍ଥିତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସମସ୍ତ ନେତୃବୃନ୍ଦ କହିଥିଲେ ଯେ କମ୍ରେଡ ବିଷ୍ଣୁ ମହାନ୍ତି ସାରା ଜୀବନ ଶ୍ରମିକ ଶ୍ରେଣୀର ଅଧିକାର, ସାମାଜିକ ନ୍ୟାୟ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଅବିରତ ସଂଘର୍ଷ କରିଥିଲେ। ତାଙ୍କର ଆଦର୍ଶ ଓ ସଂଗ୍ରାମ ଆଗାମୀ ପିଢ଼ୀ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ବିଷ୍ଣୁ ମହାନ୍ତିଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ୧୦ ମଇ ପୁର୍ବାହ୍ନ ପର୍ଯ୍ୟନ୍ତ ରାଉରକେଲା ସି ପି ଆଇ (ଏମ୍) ଏବଂ ସି ଆଇ ଟି ୟୁ ଅଫିସ୍ ଠାରେ ରଖାଯିବ ବୋଲି ସିପିଆଇ(ଏମ) ରାଜ୍ୟ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

