ଆଜି ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦର ଦିନ। ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୂର୍ବରୁ ମାନ୍ୟବର କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ Nitin Gadkari ଜୀଙ୍କୁ ଯେଉଁ ପ୍ରକଳ୍ପ ପାଇଁ ଅନୁରୋଧ କରିଥିଲି, ସେହି ପ୍ରକଳ୍ପ ଆଜି ଅନୁମୋଦିତ ହୋଇଛି। ବାଲେଶ୍ୱର ଜିଲ୍ଲା ର
ଜଳେଶ୍ୱର–ବାଟଗ୍ରାମ–ଚନ୍ଦନେଶ୍ୱରକୁ ସଂଯୋଗ କରୁଥିବା SH-57 ର ପ୍ରାୟ 24 କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ Central Road Infrastructure Fund (CRIF) ଯୋଜନା ଅଧୀନରେ ମୋଟ 184 କୋଟି 97 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଥିବା ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଜୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ଏହି ରାସ୍ତାର ଉନ୍ନତିକରଣ ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଯାତାୟାତ ବ୍ୟବସ୍ଥା ଆହୁରି ସୁଗମ ଓ ସୁବିଧାଜନକ ହେବା ସହିତ, ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନତିକୁ ଏକ ନୂତନ ଗତି ମିଳିବ।

