ବୁଧବାର ଅପରାହ୍ନ ଦୁଇ ଘଟିକା ସମୟରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ବାଲେଶ୍ଵର ଆସିଥିଲେ। ବାରିପଦା ଗସ୍ତରେ ଥିବା ସମୟରେ ବାଲେଶ୍ୱର ସର୍କିଟ ହାଉସ ଠାରେ କିଛି ସମୟ ଅତିବାହିତ କରିଥିଲେ। ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତଙ୍କ ସହ ଯୁବମୋର୍ଚ୍ଚା ଭାଇମାନେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଶ୍ରୀ ପଣ୍ଡା ସମସ୍ତ ଯୁବ କର୍ମୀଙ୍କୁ ସାକ୍ଷାତ କରିବା ସହିତ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବୃହତ୍ ବିଜୟ ପାଇଁ ବାଲେଶ୍ୱରରୁ ଯାଇ ବିଜେପିର ପ୍ରଚାର କରିଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉତ୍ତର ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଫାଲଗୁନି ପାଣିଗ୍ରାହୀ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀ ଶଶୀକାନ୍ତ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦେବାଶିଷ ଆଚାର୍ଯ୍ୟ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ବିଶ୍ୱଜିତ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ସୁବ୍ରତ ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ମିଡିଆ ସଂଯୋଜକ ସୋମ୍ୟାଜିତ ମହାପାତ୍ରଙ୍କ ସମେତ ପବନ କାମିଳା, ପ୍ରତାପ ପ୍ରଧାନ, ଉମେଶ ବେହେରା, ଦେବେଶ ଗାଣ,ଅଭିଷେକ ପଣ୍ଡା, ଶୁଭଙ୍କର ପଣ୍ଡା,ଶିଖର ରଞ୍ଜନ ବାରିକ, ସୌରଭ ଚୌଧୁରୀ, ଗୋପି ବଲ୍ଲବ ରାଉତ, ହରିଶ ଚନ୍ଦ୍ର ପ୍ରଧାନ, ଜୟଦେବ ଖୁଣ୍ଟିଆ, ଦିଲିପ ପାତ୍ର, ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

