ତିହିଡି, ୦୩.୦୫: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୮ ଜଣ ଛାତ୍ରଛାତ୍ରୀ ଏ-ୱାନରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଜ୍ଞପରମିତା ବାରିକ ୫୬୧ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେ ପୀରହାଟସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରୀ ଅଟନ୍ତି । ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାର ଲକ୍ଷ୍ୟ ରଖିଛନ୍ତି । କୋହ୍ଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଂଶୁମାନ୍ ପଣ୍ଡା ୫୬୦ ନମ୍ବର ରଖିଛନ୍ତି । ସେ ଆଇଆଇଟି ପାଠ ପଢି ଇଞ୍ଜିନିୟର ହେବାର ଲକ୍ଷ୍ୟ ରଖିଛନ୍ତି । ପୀରହାଟ ପୁରୁଣା ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀ ଉଲକାଜ୍ୟୋତି ଦଳେଇ ୫୫୧ ନମ୍ବର ରଖିଥିବା ବେଳେ ଜଣେ ପବ୍ଲିକ ସର୍ଭିସରେ ଯୋଗଦେଇ ଦେଶ ସେବା କରିବାକୁ ମନ ବଳାଇଛନ୍ତି । ସୟା ବିପିଏସ ହାଇସ୍କୁଲର ଛାତ୍ରୀ ସଶ୍ମିତା ପୃଷ୍ଟି ୫୫୦ ନମ୍ବର ରଖିଛନ୍ତି ଏବଂ ସେ ଜଣେ ବୈଜ୍ଞାନିକ ହେବାକୁ ମନସ୍ଥ କରିଛନ୍ତି । ତିହିଡି ଚରସ ହାଇସ୍କୁଲର ଛାତ୍ରୀ ନନ୍ଦିନୀ ମଲ୍ଲିକ ୫୪୮ ନମ୍ବର ରଖିଛନ୍ତି ଏବଂ ଭବିଷ୍ୟତରେ ସେ ଜଣେ ଆଇଆଇଟି ପଢିବାକୁ ମନ ବଳେଇଛନ୍ତି । ସେହିପରି ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଜ୍ଞାନେଶ ରଞ୍ଜନ ପଣ୍ଡା ୫୪୮ ନମ୍ବର ରଖିଛନ୍ତି ଏବଂ ଭବିଷ୍ୟତରେ ଜଣେ ହୃଦ୍ରୋଗ ଡାକ୍ତର ହୋଇ ରୋଗୀ ସେବା କରିବା ଲାଗି ଇଛା ପ୍ରକାଶ କରିଛନ୍ତି । ତିହିଡି ଚରସ ହାଇସ୍କୁଲର ଛାତ୍ରୀ ଜିଜ୍ଞାସା ବିଶ୍ୱାଳ ୫୪୬ ନମ୍ବର ରଖିଛନ୍ତି ଏବଂ ସେ ଜଣେ ଉତ୍ତମ ଶିକ୍ଷକ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାର ଲକ୍ଷ୍ୟ ରଖିଛନ୍ତି । ତିହିଡି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶର୍ମିଷ୍ଠା ଦାସ ୫୪୦ ନମ୍ବର ରଖିଛନ୍ତି ଏବଂ ସେ ଜଣେ ଆଇଆଇଟି ପଢି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

