ଛତିଶଗଡ଼ : ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ । କାଙ୍କେର ଜିଲ୍ଲା ଡିଆରଜିର ୩ ଯବାନ ସହିଦ ହୋଇଛନ୍ତି । ମାଓ ଦମନ ଅପରେସନରେ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି । ଯବାନ ମାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ ଆଇଇଡି ଖଞ୍ଜାଯାଇଥିଲା ।
ଆଇଇଡି ବିସ୍ଫୋରଣ କୃଷ୍ଣ କୋମରା, ବସ୍ତର ଫାଇଟର୍ସ, ସୁଖରାମ ବଟ୍ଟୀ, ଡିଆରଜି ପ୍ରଭାରୀ ଟିଆଇ, ପରମାନନ୍ଦ କୋମରା ସହିଦ ହୋଇଛନ୍ତି । ଛୋଟେବେଠିଆ ଥାନା ଅନ୍ତର୍ଗତ କୋଙ୍କର-ନାରାୟଣପୁର ଜିଲ୍ଲା ନିକଟବର୍ତ୍ତୀ ସୀମାରେ ସୁରକ୍ଷାବଳ ବାରୁଦ ସୁଡଙ୍ଗକୁ ନିଷ୍କ୍ରିୟ କରିବା ପାଇଁ ପଠାଯାଥିଲା । ବାରୁଦ ସୁଡଙ୍ଗ ନିଷ୍କ୍ରିୟ କରିବା ଅଭିଯାନ ସମୟରେ ବିସ୍ଫୋରଣ ହୋଇ ଡିଆରଜିର ୩ ଜଣ ଯବାନ ଆହତ ହୋଇଥିଲେ । ଏହାପରେ ଗୁରୁତର ଯବାନ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହସପିଟାଲରେ ସେମାନଙ୍କର ମୃତ୍ୟୁ ହୋଇଛି ।
ତେବେ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରିଥିଲେ । ସମ୍ଭାବ୍ୟ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି ।

