ଭୁବନେଶ୍ୱର, ୧୩ ଏପ୍ରିଲ, ୨୦୨୬:
ଗ୍ରୀଷ୍ମ ଋତୁରେ ବୃଦ୍ଧିପାଉଥିବା ଯାତ୍ରୀ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ଏବଂ ଯାତ୍ରାକୁ ସୁଗମ ଓ ସହଜ କରିବା ପାଇଁ, ଭାରତୀୟ ରେଳବାଇ ଅଧିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନଗୁଡ଼ିକ ଆନନ୍ଦ ବିହାର–ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର–କୋଲକାତା, ବିଶାଖାପାଟଣା–ଶାଲିମାର, ସମ୍ବଲପୁର–ଶାଲିମାର, ପାଟନା–ଖୋର୍ଦ୍ଧା ରୋଡ୍ ଏବଂ ପୁରୀ–ପାଟନା ପରି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବ।
ଏହି ସ୍ୱତନ୍ତ୍ର ସେବାଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବ୍ୟସ୍ତବହୁଳ ଛୁଟିଦିନ ସମୟରେ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସଂଯୋଗ ଏବଂ ଅଧିକ ଯାତ୍ରା ସୁବିଧା ପ୍ରଦାନ କରିବା।
ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ବିବରଣୀ ନିମ୍ନଲିଖିତ:
- ୦୪୦୬୬ ଆନନ୍ଦ ବିହାର ଟର୍ମିନାଲ – ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ୨୦ ଏପ୍ରିଲରୁ ୧୧ ମେ ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ରାତି ୧୨:୩୦ ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ ଏବଂ ମଙ୍ଗଳବାର ଦିନ ୧୧:୩୦ ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ।
- ୦୪୦୬୫ ଖୋର୍ଦ୍ଧା ରୋଡ୍ – ଆନନ୍ଦ ବିହାର ଟର୍ମିନାଲ୍ ସ୍ପେଶାଲ୍ ୨୧ ଏପ୍ରିଲ୍ ରୁ ୧୨ ମେ ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଅପରାହ୍ନ ୧୫:୩୦ ରେ ଖୋର୍ଦ୍ଧା ରୋଡ୍ ରୁ ଛାଡ଼ିବ ଏବଂ ଗୁରୁବାର ଭୋର ୦୩:୪୦ ରେ ଆନନ୍ଦ ବିହାର ଟର୍ମିନାଲ୍ ରେ ପହଞ୍ଚିବ।

