ଦାରିଙ୍ଗବାଡି : ମୃତଦେହ ରଖି ରାସ୍ତାରୋକ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଚାରିଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଗତକାଲି ବୋଲେରୋ-ବାଇକ ଦୁର୍ଘଟଣାରେ କୁମ୍ଭାରବାଡି ଗାଁର ଶାଶ୍ବତ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ପ୍ରତିବାଦରେ ଆଜି ରାସ୍ତାରୋକ କରାଯାଇଛି ।
ଗତ ଦୁଇ ମାସ ତଳେ କିନ୍ନରଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଯାହା ଖୁବ ଚର୍ଚ୍ଚା ସୃଷ୍ଟି କରିଥିଲା । ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ କିନ୍ନର ସଂଗଠନ । ଏୟାରପୋର୍ଟ ଏଜି ଛକରେ ରାସ୍ତା ରୋକ କରିବା ସହ କ୍ୟାପିଟାଲ ହସ୍ପିଟାଲ ଛକରେ ଆନ୍ଦୋଳନ କରିଥିଲେ । ପୋଷ୍ଟମର୍ଟମ ପରେ ଆନ୍ଦୋଳନକୁ ଓହ୍ଲାଇଥିଲେ କିନ୍ନର ସଂଘ । ହତ୍ୟାକାରୀକୁ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଓ ମୃତକ ପରିବାରରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ କିନ୍ନର ସଂଗଠନ ।

