ନୟାଗଡ: ନୟାଗଡ ଜିଲ୍ଲା ରଣପୁର ରେଞ୍ଜରେ ହାତୀ ଆତଙ୍କ । ୨ ଟିକିଆ ହାତୀଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ। ଗତକାଲି ବିଳମ୍ବିତ ରାତିରେ ନର୍ସିଙ୍ଗପୁର ପଂଚାୟତଅଂଚଳରେ ପଶି ଏକର ଏକର ମକାଚାଷ ସମ୍ପୂର୍ଣ୍ଣ ଦଳିଚକଟି ନଷ୍ଟକରିବା ସହ କଖାରୁ, ଅମୃତଭଣ୍ଡା ଆଦି ଖାଈଦେଇଛନ୍ତି ହାତୀ । ୩ ମାସରୁ ଉର୍ଦ୍ଧ ହେବ ହାତୀଙ୍କ ଉପଦ୍ରବରେ ଅତିଷ୍ଟ ହୋଇପଡିଲେଣି ଚାଷୀ । ପରିବାର ପ୍ରତିପୋଷଣ ପାଇଁ ଧାର କରଜ କରି ଚାଷୀ ବିଭିନ୍ନ ପନିପରିବା ଚାଷ କରିଥିବା ବେଳେ ସବୁକିଛି ଉଜାଡି ଦେଇଛି ହାତୀ । ସେପଟେ ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଚାଷୀ ମାନେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ । ଗାଁ ଦାଣ୍ଡରେ ବୁଲୁଥିଲା ଦନ୍ତା । ୩ ଦିନ ହେଲା ଆତଙ୍କ ଖେଳାଇଥିଲେ ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଥିଲେ । ଦିନବେଲା ଦନ୍ତାକୁ ଦେଖି ଗାଁଲୋକେ ଭୟଭୀତ ହୋଇପଡିଥିଲେ । ଛୋଟ ପିଲାଠାରୁ ଆରମ୍ଭ କରି ଯୁବକ ଓ ବଡ ଲୋକମାନେ ମଧ୍ୟ ହାତୀ ପଛରେ ଯାଇ ଫଟୋ ଉଠାଉଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଭିଡିଓ । ହାତୀର ଗତିବିଧି ଉପରେ ନଜର ରଖିଥିଲା ବନବିଭାଗ ।

