ନବରଙ୍ଗପୁର,ତେନ୍ତୁଳିଖୁଣ୍ଟି(ପ୍ରତିଜ୍ଞା ନ୍ୟୁଜ )୧୯୯୨ ମସିହାରୁ ବେଜୁଗୁଡା ଠାରେ ଶାଖା ଡାକଘର ଚାଲିଆସୁଥିଲା।ଏହା ମଧ୍ୟରେ ଲୋକନାଥ ନାୟକ, ରୋହିଣୀ ଖୋରା ଏହିଠାରେ କାର୍ଯ୍ୟ କରିଥିଲେ 2023 ମସିହା ଠାରୁ ଜସନା କାର୍ଗୀ କାର୍ଯ୍ୟ ତୁଲାଉଛନ୍ତି।କିନ୍ତୁ ପରିତାପର ବିଷୟ ଜଣେ କେନ୍ଦ୍ରସରକାର ଙ୍କ କର୍ମଚାରୀ ହୋଇ ସେ ବିଭିନ୍ନ ସମୟରେ ଗ୍ରାମାଞ୍ଚଳର ସାଧାରଣ ଆଦିବାସୀ ମହିଳାଙ୍କୁ ଖରାପ ବ୍ୟବହାର ସହ ନିୟମିତ ଭାବେ କାର୍ଯ୍ୟ ରେ ଯୋଗ ଦେଉନଥିବା ଅଭିଯୋଗ ହୋଇଛି।ପୋଷ୍ଟ ଅଫିସରେ ଆସୁଥିବା ଆକାଉଣ୍ଟ ଧାରୀ ଙ୍କ କାମ ନ କରି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁ ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବାକୁ ପ୍ରସ୍ତୁତ କରୁଥିବା ବେଳେ ଭାରତ ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ରାଜ୍ୟ ସରକାରଙ୍କ ଅନ୍ତଦୋୟ ଗୃହ ଯଜନା ର କାର୍ଯ୍ୟ ର ଅର୍ଥ ରାଶି ଠିକ ସମୟରେ ପାଇ ପାରୁନଥିବା ରୁ ଗୃହ ନିର୍ମାଣ କାର୍ଯ୍ୟସମ୍ପୂର୍ଣ ହୋଇପାରୁନାହିଁ।କର୍ମଚାରୀ ଙ୍କ ଏଭଳି ଖାମଖିଆଲି ମନଭାବ ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।ମନେରେଗା ଯୋଜନା ର ଅର୍ଥ ରାଶି କୁ ବିଭିନ୍ନ ସମୟରେ ଏଭଳି କର୍ମଚାରୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଅନଭିଜ୍ଞ ଶ୍ରମିକ ଙ୍କ ଅର୍ଥକୁ ଚଞ୍ଚକତା ପୁର୍ବକ ହରିଲୁଟ ର ଶିକାର ହେଉଥିବା ଅଭିଯୋଗ ହୋଇଛି।ସୁଭଦ୍ରା ଯୋଜନା ର ଅର୍ଥ ରାଶି କୁ ମଧ୍ୟ ଉଠାଇବା ପାଇଁ ମହିଳା ମାନେ ବାରମ୍ବାର ଆସି ନୟାନ୍ତ ହୋଇ ଫେରୁଥିବା ଦେଖିବାକୁ ମିଳିଛି।
କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଲୋକଙ୍କ ହାତ ପାହାନ୍ତାରେ ସମସ୍ତ ବ୍ୟାଙ୍କିଙ୍ଗ ସୁବିଧା କୁ ଆହୁରି ସରଳ କରିବା ସହ ବିଭିନ୍ନ ସୁବିଧା ସୁଯୋଗ ସାଧାରଣ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି କିଛି କର୍ମଚାରୀ ଙ୍କ କାର୍ଯ୍ୟକଳାପ ଯୋଗୁଁ ଲୋକ

ପୋଷ୍ଟ ଅଫିସ ଠାରୁ ମୁହଁ ଫେରାଉଥିବା ଜଣାପଡିଛି।ସରକାର ଙ୍କ ନିର୍ଦ୍ଧାରିତ ସମୟ ରେ ଅଫିସ ରେ ଯୋଗ ନଦେଇ କେବଳ ନାମକୁ ମାତ୍ର କିଛି ସମୟ ବସି ଚାଲିଯାଉଥିବା ବେଳେ ଦୁରଦୂରନ୍ତ ରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକେ ଅପେକ୍ଷା କରି କରି ଫେରିଯାଉଥିବାଦେଖିବାକୁ ମିଳୁଛି।ଲଳିତା ସୌରା, ମାଳତୀ ସୌରା, କନକ ସୌରା,ରଶ୍ମିତା ନାୟକ, ବୈଦି ସୌରା, ପ୍ରତିମା ସୌରା ମମତା ପାଇକ, ଡୋମାଇ ସୌରା, ଚକ୍ରପାଣି ନାଇକ ପ୍ରମୁଖ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ଉପଡାକଘର ଠିକ ଭାବେ କାର୍ଯ୍ୟ କରି ଗ୍ରାମାଞ୍ଚଳରେ ସେବା ଯୋଗାଇ ଆସୁଥିବାବେଳେ ବର୍ତମାନ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପ୍ରଶାସନ ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସମ୍ପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସାଧାରଣରେ ଦାବି ହୋଇଛି।

