ତିହିଡି- ଚାନ୍ଦବାଲିରେ ଦିନକୁ ଦିନ ବଢ଼ି ଚାଲିଛି ଅରାଜକତା। ଫଳରେ ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା l ଖେରଙ୍ଗ ବଜାରରେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା, ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଶାସକ ଦଳ କର୍ମୀମାନେ ଉଦେଶ୍ୟ ମୂଳକ ଭାବେ ଆକ୍ରମଣ କରିବା ଏବଂ ଯୋଜନାବଦ୍ଧ ଭାବେ ପୁଲିସ ଉପରେ ଚାପ ପ୍ରୟୋଗ କରି ସରପଞ୍ଚଙ୍କୁ ମିଥ୍ୟା କେଶରେ ପକାଇବା ସହ ସର୍ବସାଧାରଣରେ ଆତଙ୍କ ସୃଷ୍ଟି କରିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି l ବିଭିନ୍ନ ସମୟରେ ଲଗାତାର ଆତଙ୍କରାଜ ସୃଷ୍ଟି କରୁଥିଲେ ମଧ୍ୟ ପୋଲିସ ଦୋଷୀ ମାନଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ l ଯାହାକୁ ବିରୋଧ କରି ବିଜୁ ଜନତା ଦଳର କର୍ମୀ ମାନେ ଆଜି ଚାନ୍ଦବାଲି ଥାନା ସମ୍ମୁଖରେ ମୁହଁରେ କଳା ପଟି ବାନ୍ଧି ନିରବ ପ୍ରତିବାଦ ଜଣାଇବା ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚାନ୍ଦବାଲି ଏସଡିପିଓଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

