କଲିକତା ଠାରେ ମାନ୍ୟବର ସାଂସଦ ଶତ୍ରୁଘ୍ନ ସିନ୍ହା ଙ୍କ ଅଧ୍ୟକ୍ଷତାରେ ଏବଂ ରେଳ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ରେଲୱେ ବୋର୍ଡ ବୈଠକରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ସମ୍ବନ୍ଧୀୟ ବିଭିନ୍ନ ରେଲୱେ ଉନ୍ନୟନ କାର୍ଯ୍ୟ ବିଷୟରେ ଦାବି ଏବଂ ଆଲୋଚନା କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ.
ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରେଳ ଢାଞ୍ଚା ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧୀୟ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ରେଲୱେ ବୋର୍ଡ଼ ବୈଠକରେ ଉପସ୍ଥାପନ କରାଯାଇଅଛି। ଏହି ସମସ୍ତ ବିଷୟରେ ସ୍ଥିତିଗତ ସୂଚନା ଓ ଆବଶ୍ୟକ କାର୍ଯ୍ୟଗତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ରଖାଯାଇଅଛି।
୦୧. ବାଲେଶ୍ୱର ମୁଖ୍ୟ ଷ୍ଟେସନ୍ ଭବନ ନିର୍ମାଣ କାର୍ଯ୍ୟର ବର୍ତ୍ତମାନ ସ୍ଥିତି ଓ ସମ୍ପୂର୍ଣ୍ଣ ହେବାର ସମ୍ଭାବ୍ୟ ସମୟସୀମା ସୂଚିତ କରିବାକୁ ଦାବି ରଖିଅଛି। ସାଧାରଣ ଲୋକେ ଏହା କେବେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ଜାଣିବାକୁ ଆଗ୍ରହୀ।
୦୨. ବାଲେଶ୍ୱରରୁ ଗୁଜରାଟର ଆହମଦାବାଦ ଓ ମୁମ୍ବାଇ ପାଇଁ ସିଧାସଳଖ ଟ୍ରେନ୍ ସେବା ପାଇଁ ଦୀର୍ଘଦିନ ଧରି ଚାହିଦା ରହିଛି। ଏହି ମାର୍ଗଗୁଡ଼ିକ ଚାକିରି ପ୍ରାର୍ଥୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ପ୍ରବାସୀ କାର୍ମିକଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହା ସହିତ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ମଧ୍ୟ ବିଚାର କରାଯାଉ—
(କ) ଭୁବନେଶ୍ୱର–ବାଲେଶ୍ୱର ମାର୍ଗରେ ରାୟପୁର ମାଧ୍ୟମରେ ମୁମ୍ବାଇ ପାଇଁ ଏକ ଟ୍ରେନ୍।
(ଖ) ପୁରୀରୁ ବାଲେଶ୍ୱର ମାଧ୍ୟମରେ ଗୁଜରାଟ ପାଇଁ ଏକ ଟ୍ରେନ୍।
୦୩. ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ ବସ୍ତା ଏବଂ ରୂପସା ଷ୍ଟେସନ୍ରେ ରହଣି ପାଇଁ ଦାବି ରଖିଅଛି। କୋଭିଡ୍–୧୯ ପୂର୍ବରୁ ଏହି ଦୁଇଟି ଟ୍ରେନ୍ ଏହି ଷ୍ଟେସନ୍ଗୁଡ଼ିକରେ ରହୁଥିଲା, ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଥିଲା। କିନ୍ତୁ କୋଭିଡ୍ ପରେ ଏହି ରହଣି ସମ୍ପୂର୍ଣ୍ଣ ଭାବେ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ। ତେଣୁ ବସ୍ତା ଏବଂ ରୂପସା ଷ୍ଟେସନ୍ରେ ଦୁଇ ଦିଗରେ ଟ୍ରେନ୍ ରହଣିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ରଖିଅଛି।
୦୪. ବଡୁଆ ଷ୍ଟେସନ୍ରେ ଗୋପୀନାଥପୁର–ନୀଳଗିରି–ବାଲେଶ୍ୱର ଲୋକାଲ୍ ଟ୍ରେନ୍ର ରହଣି ପାଇଁ ସାଧାରଣ ଲୋକଙ୍କର ଭାରି ଚାହିଦା ରହିଛି। ଏହା ନିକଟସ୍ଥ ଗ୍ରାମବାସୀଙ୍କୁ ଚାକିରି, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ଆବଶ୍ୟକ ସୁବିଧା ପ୍ରାପ୍ତିରେ ସହାୟକ ହେବ। ସାଧାରଣ ହିତରେ ଏହି ରହଣିକୁ ଅନୁମୋଦନ କରିବା ପାଇଁ ଦାବି ରଖିଅଛି। ବଡୁଆ ରୁ ପୂହୁଣୀ ପର୍ଯ୍ୟନ୍ତ ରାସ୍ତାର ଶୀଘ୍ର କାମ ଆରମ୍ଭ କରିବା ପାଇଁ ଦାବି ରଖିଅଛି l
୦୫. ନୀଳଗିରି ଓ ବାଲେଶ୍ୱର ମଧ୍ୟରେ ସମ୍ପ୍ରତି ଆରମ୍ଭ ହୋଇଥିବା ଲୋକାଲ୍ ଟ୍ରେନ୍ ସେବାକୁ ସାଧାରଣ ଲୋକେ ଭାରି ପ୍ରଶଂସା କରିଛନ୍ତି। ଏହି ସେବାକୁ ଭୁବନେଶ୍ୱର ଓ ହାଉଡ଼ା ପର୍ଯ୍ୟନ୍ତ ବିସ୍ତାର କରିବାକୁ ଦାବି ରଖିଅଛି। ଏହା ଦୈନିକ ଯାତ୍ରୀ, ବ୍ୟବସାୟୀ ଓ ଉଚ୍ଚ ଚିକିତ୍ସା ପାଇଁ ଯାତ୍ରା କରୁଥିବା ରୋଗୀମାନଙ୍କୁ ଉପକୃତ କରିବ।
୦୬. ନୁଆଗାଁ ମୟୂରଭଞ୍ଜ ରୋଡ଼ ରେଳ ଷ୍ଟେସନ୍ର ଉତ୍ତର ପାର୍ଶ୍ୱରୁ ଜଳକା ନଦୀ ପର୍ଯ୍ୟନ୍ତ ସ୍ଥାୟୀ କଂକ୍ରିଟ୍ ଡ୍ରେନେଜ୍ ପ୍ରଣାଳୀ ନିର୍ମାଣ ଅତ୍ୟନ୍ତ ଆବଶ୍ୟକ, ଯାହା ବର୍ଷା ଓ ବନ୍ୟାଜଳର ସୁଚାଳନ ସହିତ ପାଶ୍ୱର୍ବର୍ତ୍ତୀ ବାସିନ୍ଦାଙ୍କୁ ଅସୁବିଧାରୁ ରକ୍ଷା କରିବ।
୦୭. ଆପ୍ରୋଚ୍ ରୋଡ଼ର ବ୍ୟବସ୍ଥା ଉତ୍ତର ପାର୍ଶ୍ୱରୁ ଧେନୁଖୋଜା ଗ୍ରାମରୁ ନୁଆଗାଁ ମୟୂରଭଞ୍ଜ ରୋଡ଼ ରେଳ ଷ୍ଟେସନ୍ର ବୁକିଂ ଅଫିସ୍ ପର୍ଯ୍ୟନ୍ତ ଡ୍ରେନେଜ୍ ସହ ଆପ୍ରୋଚ୍ ରୋଡ଼ ବ୍ୟବସ୍ଥା କରିବାକୁ ଦାବି ରଖାଯାଇଅଛି।
୦୮. ଗ୍ରାମବାସୀ ଓ କୃଷକମାନଙ୍କ ସୁରକ୍ଷିତ ଆଗମନ–ନିର୍ଗମନ ପାଇଁ ବ୍ରିଜ୍ ନଂ–୨୩୬ ତଳେ କୃଷି ଜମି ଦିଗରେ ପଦଚାରୀ ପଥ ଏବଂ ପଶ୍ଚିମ ପାର୍ଶ୍ୱରେ ନଇଁଝୋଡ଼ି ଉପରେ ଏକ କଲଭର୍ଟ ନିର୍ମାଣ ପାଇଁ ଜନସାଧାରଣଙ୍କ ଦାବି ରହିଛି। ତେଣୁ ଏହାକୁ ଶୀଘ୍ର ବିଚାରକୁ ନେବା ପାଇଁ ଦାବି ରଖା ଯାଇଅଛି l
୦୯. ଯାତ୍ରୀ ଚାହିଦା ଓ ଆଞ୍ଚଳିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ବାଲେଶ୍ୱର ଷ୍ଟେସନ୍ରେ ଦୁରନ୍ତୋ ଏକ୍ସପ୍ରେସ୍ ଟ୍ରେନ୍ର ରହଣି ପ୍ରଦାନ କରିବାକୁ ଅନୁରୋଧ କରାଯାଇଅଛି।
୧୦. ରେଳ ଖୁଟି ନଂ–୧୯୩/୯ (ଅପ୍) ଓ ୧୯୩/୧୨ (ଡାଉନ୍) ନିକଟରେ ପଦଚାରୀ ସବୱେ କାର୍ଯ୍ୟ ସମାପ୍ତିରେ ବିଳମ୍ବ ହେଉଛି।ବର୍ତ୍ତମାନ ସ୍ଥିତି ସୂଚନା ସହିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ରଖାଯାଇଅଛି।
୧୧. ଖନ୍ତାପଡ଼ା ୟାର୍ଡ଼ର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବି
୧୨. ବାଲେଶ୍ୱର ଷ୍ଟେସନରେ ଏସକ୍ୟାଲେଟର ତୁରନ୍ତ ଇଂସ୍ଟଲ୍ଲସନ କରିବା ପାଇଁ ନିର୍ଦେଶ
୧୩. ବେତନଟୀ ଓ ଜଳେଶ୍ୱର ଷ୍ଟେସନର କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦେଶ
୧୪. ଟ୍ରେନ ସମୟରେ ନଆସିବା ଏବଂ ବହୁ ସମୟରେ ଅତ୍ୟଧିକ ବିଳମ୍ଭ କାରଣରୁ ଯାତ୍ରୀ ମନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି.ଏ ବିଷୟରେ ପଦକ୍ଷେପ ନେବା ପାଇଁ ଦାବି ରଖାଯାଇଅଛି l
୧୫. ସୋର ଷ୍ଟେସନଠାରେ ଏକ Fly Over Bridge ନିର୍ମାଣ ପାଇଁ ଦାବି
୧୬. ବାଲେଶ୍ୱର ସହଦେବଖୁଣ୍ଟା ବସ ଷ୍ଟାଣ୍ଡ ନିକଟରେ ଗୋଧିବସା ଠାରେ ଡ୍ରେନ ନିର୍ମାଣ କାର୍ଯ୍ୟର ପୂର୍ବରୁ ମଞ୍ଜୁର ହୋଇଥିଲା କିନ୍ତୁ ଏବେ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନାହିଁ l ତେଣୁ ଏହାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିର୍ଦେଶ ଦିଆଯାଇଅଛି l
୧୭. ବାହାନଗା fly over Bridge ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ଦାବି ରଖାଯାଇଛି l
୧୮. ନୀଳଗିରି ରେଳ ଷ୍ଟେସନରେ Reservation Ticket counter ଖୋଲିବା ପାଇଁ ଏବଂ ନୀଳଗିରି ଷ୍ଟେସନରେ ଟିକେଟ ଚେକିଂ ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଦାବି ରଖା ଯାଇଅଛି l
୧୯. ବସ୍ତା ରେଳ ଷ୍ଟେସନରେ ଭୁବନେଶ୍ୱର – ଆନନ୍ଦ ବିହାର ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ (ସାପ୍ତାହିକ) ରହଣି ପାଇଁ ଦାବି ରଖା ଯାଇଅଛି l
ବସ୍ତା ରେଳ ଷ୍ଟେସନରେ ଇଷ୍ଟ କୋଷ୍ଟ ଏକ୍ସ ପ୍ରେସ,ପୁରୁଲିଆ – ଭେଲୁପୁରମ (ସାପ୍ତାହିକ),ହାଓଡା – ସମ୍ବଲପୁର (ସାପ୍ତାହିକ),ଭୁବନେଶ୍ୱର – ହାଓଡା ଜନ ଶତାବ୍ଦୀ ଟ୍ରେନ,ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ରହଣି ପାଇଁ ଦାବି ରଖା ଯାଇଅଛି l
୨୦. ବସ୍ତା ରେଳ ଷ୍ଟେସନରେ ଗେଟ ନଂ ୬୦ ଓ ୬୧ ରେ ଉଡ଼ନ୍ତା ପୋଲ ନିର୍ମାଣ ପାଇଁ ଦାବି ରଖିଅଛି l
୨୧. ଜଳେଶ୍ୱର ଷ୍ଟେସନ ଠାରୁ ଚନ୍ଦନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗୀକରଣ କାର୍ଯ୍ୟ ପାଇଁ ସମୀକ୍ଷା କରିବା ସହ ଏହାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଦାବି ରଖିଅଛି l
୨୨. ଜଳେଶ୍ୱର,ରୁପ୍ସା,ବସ୍ତା,
ବେତନଟୀ,ଖନ୍ତାପଡ଼ା,ହଳଦୀପଦା,ଟିକିରାପାଳ,ସୋର,ବରୁଣ ସିଂ (ନୀଳଗିରିରୋଡ଼),ପଣପଣା,
ବାହାନାଗା ଇତ୍ୟାଦି ଷ୍ଟେସନର ବିକାଶ ଏବଂ ଆଧୁନିକରଣ କାର୍ଯ୍ୟ ପାଇଁ ଦାବି ରଖିଅଛି l
୨୩.ଭଞ୍ଜପୁର – ରୁପ୍ସା ମେମୁ ଯାହା କରୋନା ପୂର୍ବରୁ ପ୍ରତିଦିନ ସକାଳରେ ଚାଲୁଥିଲା ତାହା ଏବେ ବନ୍ଦ ଅଛି l ଏହାକୁ ଶୀଘ୍ର ପୁଣି ଆଉଥରେ କର୍ଯ୍ୟକ୍ଷମ କରିବା ପାଇଁ ଦାବି ରଖିଅଛି l
ଏହିପରି ବାଲେଶ୍ୱରର ଅନେକ ଛୋଟ ବଡ଼ ROB,Fly over Bridge,ଅଣ୍ଡର ପାସ ସର୍ଭିସ ରୋଡ଼ର ନିର୍ମାଣ ପାଇଁ ଦେଇଥିବା ପୂର୍ବ ପ୍ରସ୍ତାବ ଗୁଡିକୁ ତୁରନ୍ତ କାମ ଆରମ୍ଭ ପାଇଁ ଦାବି ରଖିଛନ୍ତି l

