ତିହିଡି, ୧୮.୦୨: ଭଦ୍ରକ ଜିଲ୍ଲା ବରପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସାହାଡାସ୍ଥିତ ଉପେନ୍ଦ୍ରନାଥ ବିଦ୍ୟାପୀଠରେ ଜାତୀୟ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ପ୍ରଭଞ୍ଜନ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଚେତନତା କାର୍ଯ୍ୟକ୍ରମେ ବରପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ ସୁରେଶଚନ୍ଦ୍ର ପ୍ରଧାନ ଓ ବିପିଏମ ପ୍ରମୋଦ କୁମାର ଭୂୟାଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ରୋଗରେ ପୀଡିତ ହେଉଥିବା ସଚେତନ କରାଇବା ସହିତ ସେମାନଙ୍କ ମଧ୍ୟରେ କୁଇଜ୍ ମାଧ୍ୟମରେ ସଚେତନ କରାଯାଇ ବିଜେତାମାନଙ୍କୁ ପୁରଷ୍କାର କରାଯାଇଥିଲା । ବିଜ୍ଞାନ ଶିକ୍ଷକ ନରଞ୍ଜନ ବାରିକ, ଅବନୀ କୁମାର ଦାସ, ରଞ୍ଜନ ଦାସ, ଆଦିତ୍ୟ ପ୍ରତାପ ସାମଲ, ନାରାୟଣ ଚନ୍ଦ୍ର ପୁହାଣ, ଲଲିତ କୁମାର ନାୟକ, କୃଷ୍ଣଚନ୍ଦ୍ର ଦାସ, ଅଭିମନ୍ୟୁ ଯେନା, ଭଗବାନ ବେହେରା, ସଞ୍ଜୁଲତା ସାହୁ ଓ ରଶ୍ଚିତା ଖିଲାର ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

