ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଫତେହପୁରରେ ଅଘଟଣ । ଏକ ନିର୍ମାଣଧୀନ ସେପ୍ଟିକ ଟ୍ୟାଙ୍କରେ ଗଳିପଡିବା ଯୋଗୁଁ ଦୁଇଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଦୁହେଁ ଭାଇ ଭଉଣୀ ବୋଲି ଜଣାପଡିଛି । ଦୁହେଁ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ରହିଥିଲେ । ଘର ପରିବାର ଲୋକ ବହୁତ ଖୋଜିଥିଲେ, କିନ୍ତୁ ସେମାନଙ୍କ ପତ୍ତା ନ ମିଳିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା ।
ଖବର ମୁତାବକ, ଫତେହପୁର ରାଧାନଗର ବଡନପୁରରେ ଭାଇ ଭଉଣୀ ଖେଳୁଥିବା ବେଳେ ନିର୍ମାଣାଧୀନ ସେପ୍ଟିକ ଟ୍ୟାଙ୍କରେ ଗଳିପଡିଥିଲେ । ସେମାନେ ଖେଳିବା ବେଳେ କେହି ବି ପାଖରେ ନଥିଲେ । ତେଣୁ କେହି ଜାଣିପାରିନଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ନ ମିଳିବାରୁ ଘର ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି କରିବା ପରେ ପିଲାଙ୍କ ମୃତଦେହ ସେପ୍ଟିକ ଟ୍ୟାଙ୍କରୁ ମିଳିଥିଲା ।
ତେବେ ଦୁଇଟି ଯାକ ପିଲାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଥିଲା । ପୋଲିସ ଦୁଇଟି ଯାକ ମୃତଦେହକୁ ଜବତ କରି ଯାଞ୍ଚ କରୁଛି । ପିଲା ଦୁଇଟିର ମୃତ୍ୟୁ ଅଘଟଣ କି ହତ୍ୟା ତାହା ପୋଲିସ ତଦନ୍ତରୁ ଜଣାପଡିବ ।

