ରାଉରକେଲା: ରାଉରକେଲାରେ ଟି-ଟ୍ବେଣ୍ଟି ବିଶ୍ବକପ୍ କ୍ରିକେଟ ବେଟିଂ ଅଭିଯୋଗରେ ରେଡ୍ । ୫ଟି ଅଞ୍ଚଳରେ ରେଡ୍ କରୁଛି ରାଉରକେଲା ପୋଲିସ । ଆଜି ସକାଳୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ପ୍ଲାଣ୍ଟସାଇଟ୍, ଉଦିତ ନଗର, ରଘୁନାଥ ପାଲି,ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ରେଡ୍ କରୁଛି । ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

