ତିହିଡି, ୧୨.୦୨: ଐତିହ୍ୟ ଓ ଲୋକସଂସ୍କୃତିର ପୁନଃରୁଥାନ ଉଦ୍ଦେଶ୍ୟରେ ଆୟୋଜିତ \”ତିହିଡ଼ି ମହୋତ୍ସବ’ର ଚତୁର୍ଥ ସଂନ୍ଧ୍ୟା ବିପୁଳ ଜନସମାଗମ ମଧ୍ୟରେ ଗରିମାମୟ ଭାବେ ଅନୁଷ୍ଠିତ ହୋଇ ଯାଇଛି । ତିହିଡ଼ି ମାଟିର ବରପୁତ୍ର, ବିଶିଷ୍ଟ କବି, ପୂର୍ବତନ ବିଧାୟକ ତଥା ଘାସଫୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଷ୍ଣୁ ସେଠୀ ମଞ୍ଚରେ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସଭାରେ ତିହିଡି ମାଟିର ପୁଅ ବିଶିଷ୍ଟ ଗୀତିକାର ଡଃ ପଞ୍ଚାନନ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ତିହିଡ଼ି ମାଟିର ବିଶେଷତ୍ୱ ସମ୍ପର୍କରେ ମତ ରଖି ଶ୍ରୀ ନାୟକ କହିଥିଲେ ଯେ, \”ସ୍ୱର୍ଗତ ବିଷ୍ଣୁ ସେଠୀ ମଞ୍ଚରେ ପ୍ରଦର୍ଶନ ମୋର କଳାଜୀବନର ଗୌରବମୟ କ୍ଷଣ ଓ ମହାଭାଗ୍ୟ । ଏହି ଅବସରରେ ମହୋତ୍ସବ କମିଟି ତରଫରୁ ବିଶିଷ୍ଟ କବି, ଗାଳ୍ପିକ ବିପ୍ଳବ ରଞ୍ଜନ ପତି, କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, ରଙ୍ଗ ପ୍ରକାଶନୀର ସତ୍ୱାଧିକାରୀ ରାଜେଶ କୁମାର ସେଠୀ ଓ ମା ପବ୍ଲିଶର୍ସର ସତ୍ୱାଧିକାରୀ ବିକାଶ ରଞ୍ଜନ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଆକର୍ଷଣ ଥିଲା ପଞ୍ଚନନ ନାଇଟ୍ରେ ସଂଚାଳକ ଶ୍ରୀନିବାସ ଘଟୁଆରୀଙ୍କ ଦ୍ୱାରା ଓଡିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା, ସରୋଜ, ପିକେ, କିରନ୍, ସସ୍ମିତା, ସଂଗ୍ରାମଙ୍କର ମନଛୁଆଁ ସଂଗୀତ ଓ ନୃତ୍ୟର କକଟେଲ୍ । ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବଲାଙ୍ଗୀର କଳାକାର ମାନଙ୍କ ଦ୍ୱାରା ଡାଲଖାଇ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା । ସେହିପରି ଡ. ଅମୂଲ୍ୟ ସେନାପତି, ବିସ୍ମୟ ବିହାରୀ ସାହୁ ଏବଂ ଯଯାତି କେଶରୀ ଦାସଙ୍କ ସଂଚାଳନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଡ୍ୟାନ୍ସ ଗ୍ରୁପର ପିଲାମାନେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଉପସଭାପତି ଡ. ଲକ୍ଷ୍ମୀଧର ତ୍ରିପାଠୀ ସଞ୍ଚାଳନ କରିଥିବା ବେଳେ ବିଶ୍ୱଜିତ୍ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଏବଂ ସମ୍ପାଦକ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମହୋତ୍ସବକୁ ସଫଳ କରିବାରେ ଧିରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ସଚ୍ଚିକାନ୍ତ ନାୟକ, ପ୍ରିୟବ୍ରତ ପାଢ଼ୀ, ମନୋଜ ପାଣିଗ୍ରାହୀ, ପ୍ରତାପ ଜେନା, ବସନ୍ତ ମହାପାତ୍ର, ନୀଳମଣି ସାବତ, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ, ଶୁଭମ ସାର୍ଥକ ଜେନା, ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ, କୈଳାସ ବେହେରା ଓ ବିସ୍ମୟ ବିହାରୀ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ତଥା ତିହିଡ଼ି ବ୍ଲକର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

