ଭାରତୀୟ ବ୍ରାଣ୍ଡ Lava ଭାରତରେ ଆଉ ଏକ ସୁଲଭ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଭାରତୀୟ ବ୍ରାଣ୍ଡର ଫୋନରେ ୫୦୦୦mAh ବ୍ୟାଟେରୀ ସମେତ ଅନେକ ବେଷ୍ଟ ଫିଚର୍ସ ରହିଛି । ଏହି ଫୋନଟି ଚୀନ୍ କମ୍ପାନୀ Redmi, Realme, Infinix ର ଟେନସନ୍ ବଢ଼ାଇ ଦେଇଛି । ଗୋଟିଏ ପଟେ ଚୀନ୍ କମ୍ପାନୀଗୁଡ଼ିକ ସେମାନଙ୍କର ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି କରୁଥିବା ବେଳେ, ଏହି ଲାଭା ଫୋନଟି ବଜେଟ୍ ପ୍ରାଇସ୍ ରେଞ୍ଜରେ ଉପସ୍ଥାପନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଭାରତୀୟ ବ୍ରାଣ୍ଡର ଏହି ଲାଟେଷ୍ଟ ଫୋନରେ କ’ଣ ରହିଛି ଖାସ୍…
ଫିଚର୍ସ:
ଲାଭାର ଏହି ବଜେଟ୍-ଫ୍ରେଣ୍ଡଲି ସ୍ମାର୍ଟଫୋନରେ ୬.୭୫-ଇଞ୍ଚ HD+ ଡିସପ୍ଲେ ରହିଛି । ଫୋନଟି IP64 ଡଷ୍ଟ ଏବଂ ୱାଟରପ୍ରୁଫ୍ ରେଟିଂ ପ୍ରଦାନ କରେ, ଯାହା ପାଣିରେ ବୁଡ଼ିଗଲେ କ୍ଷତି ହେବ ନାହିଁ । କମ୍ପାନୀ ଏହି ଫୋନକୁ ସ୍ୱତନ୍ତ୍ର ଭାବରେ ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଡିଜାଇନ୍ କରିଛି । ସ୍କୁଲ ଏବଂ କଲେଜ ଛାତ୍ରମାନେ ଅନଲାଇନ୍ କ୍ଲାସ ଏବଂ ଭିଡିଓ କଲ୍ ଭଳି ଫିଚର୍ସଗୁଡ଼ିକୁ ଆକ୍ସେସ୍ କରିବା ପାଇଁ ଏହି ଫୋନ ବ୍ୟବହାର କରିପାରିବେ ।
ଏହି ବଜେଟ୍ ଫୋନଟି Unisoc SC9863A ଅକ୍ଟା-କୋର୍ ପ୍ରୋସେସର୍ ଦ୍ୱାରା ପରିଚାଳିତ, 4GB ଫିଜିକାଲ ଏବଂ 4GB ଭର୍ଚୁଆଲ୍ RAM ସହିତ ଆଡ୍ ହୋଇଛି । ଫୋନଟି ୬୪GB ଇଣ୍ଟରନାଲ୍ ଷ୍ଟୋରେଜ୍ ପ୍ରଦାନ କରେ, ଯାହାକୁ ଏକ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । Lava Yuva Star 3 ଡୁଆଲ୍ ସିମ୍ କାର୍ଡକୁ ସପୋର୍ଟ କରେ । କନେକ୍ଟିଭିଟି ପାଇଁ ଏଥିରେ WiFi ଏବଂ Bluetooth ଭଳି ଫିଚର୍ସ ଦିଆଯାଇଛି ।
Lava Yuva Star 3 ରେ ୧୦W ଚାର୍ଜିଂ ସହିତ ୫୦୦୦mAh ବ୍ୟାଟେରୀ ରହିଛି । ଏହି ଫୋନଟି Android 15 Go ଅପରେଟିଂ ସିଷ୍ଟମରେ ଚାଲିଥାଏ । ଫୋନଟି ବ୍ୟାକରେ ୧୩MP ପ୍ରାଇମେରୀ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୫MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଲଥିସହ ଅଟୋ କଲ୍ ରେକର୍ଡିଂ ଭଳି ଫିଚର୍ସ ମଧ୍ୟ ସାମିଲ୍ କରାଯାଇଛି । କମ୍ପାନୀ ଫୋନ୍ ୟୁଜର୍ସମାନଙ୍କୁ ଗୋଟିଏ ବର୍ଷର ମାଗଣା ଘରୋଇ ସେବା ପ୍ରଦାନ କରୁଛି ।
ପ୍ରାଇସ୍:
ଏହି ବଜେଟ୍ ଫୋନର ମୂଲ୍ୟ ୭,୪୯୯ ଟଙ୍କା ରହିଛି । ଏହା ଇଣ୍ଡସ୍ ବ୍ଲାକ୍ ଏବଂ ସିଆଚେନ୍ ହ୍ବାଇଟ୍ କଲରରେ ଉପଲବ୍ଧ । ଏଥିସହ ଏହି ଫୋନର ସେଲ୍ ମାର୍ଚ୍ଚ ମାସରେ ଅନଲାଇନ୍ ଏବଂ ଅଫ୍ଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଆରମ୍ଭ ହେବ । ଯଦି ଆପଣ କମ୍ ଦାମରେ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ବେଷ୍ଟ ଅପ୍ସନ ହୋଇପାରିବ ।

