ତିହିଡି, ୧୨.୦୨: କେନ୍ଦ୍ରୀୟ ଶ୍ରମିକ ସଂଗଠନ ସଂଯୁକ୍ତମୋର୍ଚ୍ଚା ଆହ୍ୱାନରେ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ଭାରତ ବନ୍ଦ ଡାକରାରେ ଆଜି ତିହିଡି ବ୍ଲକରେ ସଫଳ ହୋଇଛି । ଏହି ବ୍ଲକ ଅଧିନ ପୀରହାଟ, ତିହିଡି ଓ ଦୋଳସାହି ଆଦି ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କରିବା, ଭିବିଜିରାମଜି ଆଇନ୍-୨୦୨୫ ରଦ୍ଦ କରିବା, ସ୍କିମ୍ ୱାର୍କର ଯଥା ଅଙ୍ଗନୱାଡି, ଆଶା, ପାଚିକା, ଜୀବିକା ମିଶନ କର୍ମୀ, ଉଦ୍ୟାନସାଥି ଓ ଗ୍ରାମ ପଞ୍ଚାୟତ କର୍ମଚାରୀଙ୍କୁ ୱାର୍କର ମାନ୍ୟତା, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ପୁରୁଣା ପେନସନ ପୁନର୍ବାହାଲ କରିବା, ରାଷ୍ଟ୍ରିୟ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଘରୋଇ ସେକ୍ଟରରେ ଆଣବିକ ଶକ୍ତି (ଶାନ୍ତି) ବିଲ୍ ରଦ୍ଦ କରିବା, ଚାଷୀଙ୍କ ଧାନ ସରକାରୀ ଦରରେ ସମ୍ପୂର୍ଣ୍ଣ କିଣିବା, ନିର୍ଦ୍ଧାରିତ ସମୟରେ ଧାନ କିଣିବା, ଶ୍ରମିକମାନଙ୍କୁ ୧୨ଘଣ୍ଟା ବଦଳରେ ୮ ଘଣ୍ଟା କାମରେ ନିୟୋଜିତ କରିବା, ଦରବୃଦ୍ଧି ବନ୍ଦ କରିବା ସହ ଅନ୍ୟାନ୍ୟ ଦାବିରେ ଏହି ଧର୍ମଘଟ କରାଇଥିଲା । ସୂର୍ଯ୍ୟୋଦ୍ଦୟରୁ ସୂର୍ଯ୍ୟସ୍ତ ପର୍ଯ୍ୟନ୍ତ ଏହି ଧର୍ମଘଟରେ ଜରୁରୀ କାଳିନ ସେବାକୁ ବାଦ୍ ଦେଲେ ଅନ୍ୟାନ୍ୟ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଅଟକି ରହିଥିଲା । ସେହିପରି ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ତିହିଡିରେ ସିପିଆଇର ବନ୍ଦ ପାଳନକୁ ବ୍ଲକ କଂଗ୍ରେସ ଓ ପାଚିକା ସଂଘ ସମର୍ଥନ ଜଣାଇଛି । ବିଷ୍ଣୁ ଦାଶ, ପ୍ରଫୁଲ ପାଢୀ, ଭାଗବତ ସେନାପତି, ନିର୍ମଳ ଦଳେଇ, ସତ୍ୟବ୍ରତ କୁଣ୍ଡ, ଧନେଶ୍ୱର ନାୟକ, କରୁଣାକର ସାହୁ, ଜ୍ୟୋର୍ତିମୟୀ ମଳିକ, କୃଷ୍ଣ ମଳିକ, ଭାଗିରଥି ବାରିକ, ଶ୍ରୀଧର ଜେନା, ବ୍ଲକ କଂଗ୍ରସ ସଭାପତି ସରୋଜ ଦାସ, ମୀନକେତନ ସେନାପତି, ଦୀପକ ଦାସ, ନାରାୟଣ ବାରିକ, ନରହରି ନାୟକ, କୈଳାସ ପାତ୍ର, ତ୍ରିଲୋଚନ ମହାଳିକ, ସୁଧାଂଶୁ ଶେଖର ମାହୁନ୍ତ, ସୁରେଶ ମହାପାତ୍ର, ପିତାମ୍ବର ସେଠୀ, ଶିବପ୍ରସାଦ ନାୟକ, ରଞ୍ଜିତ ବଳ, ସୌମେନ୍ଦ୍ର କୁମାର ପଣ୍ଡା, ପାଚିକା ସଂଘ ତରଫରୁ ଶାନ୍ତିଲତା ପଣ୍ଡା, ଆରତୀ ନାୟକ, ବାସନ୍ତୀ ମଳିକ, ଦୁଃଖି ମଳିକ, ସେବତୀ ସାହୁ, ଲକ୍ଷ୍ମୀପ୍ରିୟା ରାଉତ, ପୀରହାଟରେ ସିପିଆଇ ଓ ସିପିଆଇ(ଏମ) ପକ୍ଷରୁ ସାଧାରଣ ଧର୍ମଘଟ ଓ ସରକାର ବିରୋଧି ପ୍ରତିବାଦ ସଭାରେ ଜୋନ୍ ସମ୍ପାଦକ ସନ୍ଥଚରଣ ବିଶ୍ୱାଳ, ରବିନ୍ଦ୍ର ବାରିକ, ନାରାୟଣ ତ୍ରିପାଠୀ, ସନାତନ ଦାସ, ଶାନ୍ତନୁ ବଳ, ଶଙ୍କର୍ଷଣ ସେଠୀ, ସୁକାନ୍ତ ସେଠୀ, ଭରତ ବାରିକ, ଅଭିମନ୍ୟୁ ମହାଳିକ, ବନମାଳି ମହାନ୍ତି ଓ ସୁବାଶ ମହାଳି ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ସେହିପରି ଚାଷୀ ମୂଲିଆ ସଂଘ ତରଫରୁ ଦୋଳସାହିରେ ବନ୍ଦ ପାଳନ କରାଯାଇଥିଲା । ସୁଶାନ୍ତ କୁମାର ଜେନା, ଟୁନିଲତା ଜେନା, ରଜନୀକାନ୍ତ ନାଥ, ଅକ୍ଷୟ କୁମାର ଗାହାଣ, ଭାଗିରଥି ଗୋଚ୍ଛାୟତ, ବିରେନ୍ଦ୍ର କୁମାର ଜେନା, ମାନସ କୁମାର ନାଥ, ତାପସ ଜେନା, ଜଗବନ୍ଧୁ ଜେନା ଓ ପୀତବାସ ଜେନା ପ୍ରମୁଖ ସାମିଲ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

