ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୨୭ ତାରିଖରେ ସାରା ଦେଶରେ ବନ୍ଦ ରହିପାରେ ସମସ୍ତ ବ୍ୟାଙ୍କ୍ । ଯଦି ଆପଣଙ୍କର କୌଣସି ଜରୁରୀ ବ୍ୟାଙ୍କ କାର୍ଯ୍ୟ ବାକି ରହିଯାଇଛି ତେବେ ତୁରନ୍ତ ସମାପ୍ତ କରିନିଅନ୍ତୁ । ନଚେତ୍ ସମସ୍ୟା ଭୋଗିପାରନ୍ତି ।ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖ ଅର୍ଥାତ୍ ଆସନ୍ତା ମଙ୍ଗଳବାର ଦେଶରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ପାଖାପାଖି ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ । ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବି କରି ପ୍ରତିବାଦ କରୁଛନ୍ତି । ଏହି ଆନ୍ଦୋଳନରେ ସରକାରୀ, ବେସରକାରୀ, ବିଦେଶୀ, ଗ୍ରାମୀଣ ଏବଂ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ ହେବେ

