ବିଶ୍ରା :(ଦେବ କୁମାର ଦେ) ଓଡ଼ିଶା ରାଜ୍ୟର ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରୁ ଏହି ମୁହୂର୍ତ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହେଇ ଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ ଜଣେ ଇନାମୀ ନକ୍ସଲୀ ସହିତ ଅନେକ ନକ୍ସଲ ନିହତ ହୋଇଥିବା ସୂଚନା ମିଳୁଛି।ଝାଡ଼ଖଣ୍ଡ କୋଲହାନ ଡିଆଇଜି ଅନୁରଞ୍ଜନ କିସ୍ପୋଟ୍ଟା ଏହି ଘଟଣାକୁ ସ୍ୱୀକାର କରିଛନ୍ତି, ତେବେ ନକ୍ସଲମାନଙ୍କ ମୃତ୍ୟୁ ସଂପର୍କିତ ସରକାରୀ ପୁଷ୍ଟି ପାଇଁ ସୂଚନା ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଏହି ଗୁଳି ବିନିମୟ ସରଣ୍ଡା ଜଙ୍ଗଲର କୁମଡି ଅଞ୍ଚଳରେ ଘଟିଛି ବୋଲି ସୂଚନା ମିଳିଛି। ସେହିପରି ଜରାଇକେଲା ଥାନା ଅଞ୍ଚଳର ସାମଠା ଇଲାକାରୁ ମଧ୍ୟ ଏକ ନକ୍ସଲ ନିହତ ହୋଇଥିବା ଖବର ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯାନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ତଥାପି ସରଣ୍ଡା ଜଙ୍ଗଲରୁ ଆସୁଥିବା ତଥ୍ୟ ଅନୁଯାୟୀ, ଗୁଳି ବିନିମୟ ଏବେ ଯାଏ ଜାରି ରହିଛି। ଯାହା ପାଇଁ ସମଗ୍ର ଜଙ୍ଗଲ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।

