ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବାଙ୍କତିରା ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ ଏବଂ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କ ସହିତ (ଯେଉଁମାନେ ସେମାନଙ୍କର ଜମି ହରାଇପାରନ୍ତି) ସେମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ସେମାନଙ୍କର ଚିନ୍ତା, ଆଶା ଆଶଙ୍କା ଏବଂ ପରାମର୍ଶଗୁଡ଼ିକୁ ଧ୍ୟାନର ସହିତ ଶୁଣିଛନ୍ତି। ₹୫୦୫.୯ କୋଟି ଟଙ୍କାର ଆନୁମାନିକ ମୂଲ୍ୟ ସହିତ ଏହି ପ୍ରକଳ୍ପ ଜଳସେଚନ ସୁବିଧାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମ୍ପୂର୍ଣ୍ଣ ହେବା ପରେ, ପାଖାପାଖି ପ୍ରାୟ ୭୦୦୦ ହେକ୍ଟର କୃଷି ଜମି ସେଚିତ ହେବ, ଯାହା ଚାଷୀମାନଙ୍କୁ ବହୁଳ ଭାବରେ ଲାଭଦାୟକ ହେଵ ଏବଂ ଅଞ୍ଚଳରେ କୃଷି ଉତ୍ପାଦକତା ବୃଦ୍ଧି କରିବ।
ଫ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାରେ ଥିବା ବାଧାବିଘ୍ନ ଏବଂ ଅସୁବିଧାଗୁଡ଼ିକୁ ବୁଝିବା ପାଇଁ ଏକ ବ୍ୟାପକ ସମୀକ୍ଷା ମଧ୍ୟ କରିଛନ୍ତି । ଯାହା ଦ୍ଵାରା ସମୟୋଚିତ ସମାଧାନ ସୁନିଶ୍ଚିତ କରାଯାଇପାରିବ। ଏହି ଗସ୍ତରେ ମାନ୍ୟବର ବିଧାୟକ, ରେମୁଣା ଏବଂ ଉପମୁଖ୍ୟ ସଚେତକ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଏଡିଏମ୍, ବାଲେଶ୍ୱର ଏବଂ ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜନସାଧାରଣଙ୍କ କଲ୍ୟାଣ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସୁଗମ ଭାବରେ କାର୍ଯ୍ୟକାରୀ କରିବାରେ ସାମୂହିକ ପ୍ରୟାସ ଏବଂ ସମନ୍ୱୟ ସାହାଯ୍ୟ କରିବ ବୋଲି ସାଂସଦ ଆଶାବ୍ୟକ୍ତ କରିଛନ୍ତି।

