ଭୁବନେଶ୍ବର: ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେଡିର ୧୦ ବିଧାୟକ । ନବୀନ ନିବାସରେ ନବୀନଙ୍କୁ ଭେଟିସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ ।
ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧା କୁ ଗୁରୁତ୍ୱ ଦେବା ପାଇଁ ନବୀନ ପରାମର୍ଶ ଦେଇଥିଲେ । ଏହା ସହିତ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।
ବିଜେଡିର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ନବୀନ ବିଧାୟକଙ୍କୁ ପରାମର୍ଶ ଦେଇଥିଲେ । ବିଧାୟିକା ପ୍ରମିଳା ମଲ୍ଲିକ,ସୁଜାତା ସାହୁ,ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ, ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ପ୍ରଦୀପ ସାହୁ,ତୁଷାର କାନ୍ତି ବେହେରା,ନବ ମଲ୍ଲିକ,ସାରଦା ଜେନା ଓ ରମାକାନ୍ତ ଭୋଇ ନବୀନଙ୍କୁ ଭେଟି ଆଲୋଚନା କରିଥିଲେ ।

