ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ୨୦୧୪ ମସିହା ପାଖରୁ ୨୬ ଡ଼ିସେମ୍ବର ରାଷ୍ଟ୍ରୀୟ ବୀର ବାଲ୍ ଦିବସ ପାଳିତ ହୋଇ ଆସୁଅଛି।
ଏହି କ୍ରମରେ ଆଜି ରେମୁଣା ଗୋଲେଇ ସ୍ଥିତ ଗୁରୁଦ୍ୱାରାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଓ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସହଯୋଗରେ ଏକ ପ୍ରାର୍ଥନା ସଭା ଓ ସ୍ମୁତି ଚାରଣ ସଭା ଆୟୋଜିତ ହୋଇଯାଇଛି।
ମୁଖ୍ଯ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଓ ମୁଖ୍ୟ ବକ୍ତା ଭାବେ ଅମର ସିଂହ ଓ୍ବାଲିଆ ଓ ସମ୍ମାନିତ ଅତିଥି ଭାବେ ଭଗବାନ ଦାସ ଗୁପ୍ତା ଯୋଗଦାନ କରିଥିଲେ। ସଭାକାର୍ଯ୍ୟକୁ ଶ୍ରୀନିବାସ ପ୍ରଧାନ ସଂଯୋଜନା କରିଥିବା ବେଳେ ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ଓ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ନାରାୟଣ ମହନ୍ତ ସହଯୋଗ କରିଥିଲେ।
ସାମୁହିକ ପ୍ରାର୍ଥନା ଉପରାନ୍ତେ ଦୁଇ ସାହେବଜାଦା ଫତେହ ସିଂହ ଓ ଜରାଓ୍ବାର ସିଂହଙ୍କ ସ୍ମୃତି ଚାରଣ ସଭା ଆରମ୍ଭ ହୋଇଥିଲା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା ପ୍ରାରମ୍ଭିକ ସୂଚନା ଦେଇ ସନାତନୀ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଶିଖ ମାନଙ୍କର ବଳିଦାନକୁ ମନେପକାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।
ମୁଖ୍ଯବକ୍ତା ଓ ଅତିଥିବୃନ୍ଦ ସେମାନଙ୍କ ବ୍ୟକ୍ତବ୍ଯରେ ତତ୍କାଳୀନ ଇସଲାମିକ୍ କ୍ରୁର ଶାସକ ଓ୍ବରଙ୍ଗଜେବର ଅତ୍ୟାଚାରରୁ ସନାତନୀ ଧର୍ମର ରକ୍ଷା ପାଇଁ ଦଶମ ଗୁରୁ ଗୋବିନ୍ଦ ସିଂହ ଖାଲସା ପନ୍ଥ ତିଆରି କରିଥିଲେ। ୧୭୦୫ ଡିସେମ୍ବର ୨୬ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ନାବାଳକ ପୁତ୍ର ଫତେହ ସିଂହ ଓ ଜରାଓ୍ବାର ସିଂହ ଇସଲାମ ଧର୍ମ ଗ୍ରହଣ ନକରିବାରୁ ଓ୍ବରଙ୍ଗଜେବର ସେନାପତି ଓ୍ବଜିର ଖାଁ ଅତ୍ୟନ୍ତ ନିର୍ମମ ଭାବେ ଦୁଇ ନାବାଳକ ପୁତ୍ରଙ୍କୁ ଜୀବନ୍ତ ସମାଧି ଦେଇଥିଲେ। ମୁଖ୍ୟବକ୍ତା ମତପୋଷଣ କରିଥିଲେ ସ୍ବାଧୀନତା ପରଠାରୁ କେନ୍ଦ୍ର ସରକାରଙ୍କ ତୋଷଣ ନୀତି ପାଇଁ ଇତିହାସ ଓ ପାଠ୍ୟ ପୁସ୍ତକରେ ଏସବୁକୁ ବାଦ୍ ଦିଆଯାଇଛି। ଏବେ ସମୟ ଆସିଛି ଇତିହାସର ଠିକ୍ ମୁଲ୍ୟାୟନ କରିବା ପାଇଁ। ଶେଷରେ ଜିଲ୍ଲା ସମ୍ପାଦକ ରାଜେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନାରୀ ନେତ୍ରୀ ସୁଷମା ରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉତ୍ତର ବାଲେଶ୍ଵର ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ସିପ୍ରାରେଖା ମହାପାତ୍ର, ରବିତା ଦାସ, ଜିଲ୍ଲା ଉପସଭାପତି ସୁକୁମାର ଦାସ ଓ ସସ୍ମିତା ଚାନ୍ଦ, ରଞ୍ଜିତ କୁମାର ପୃଷ୍ଟି, କବଲଜୀତ ସିଂହ, ପିଣ୍ଟୁ ପଣ୍ଡା, ସୁଶାନ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହା, ସୁରଝଙ୍କାର ସେଠୀ, ଶିବଶଙ୍କର ରାୟ, ସୁସ୍ମିତା ପଣ୍ଡା, ମଧୁଶ୍ରୀ ପଣ୍ଡା, କମଳା ବିନ୍ଧାଣି, ଶାକମ୍ବରୀ ଟୁଡୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

