ଲାଲ କୃଷ୍ଣ ଆଡ଼ଭାନୀ ଙ୍କ ରାମ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିରର ପୁନର ନିର୍ମାଣ ପାଇଁ ଆହ୍ୱାନ ରେ ସାମିଲ ହୋଇ ୧୯୯୦ ମସିହାରେ ବିଜେପିରେ ସାମିଲ ହୋଇଥିଲି। ଆଜି ବିଶ୍ବ ର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମନ ସାମଲ ମହୋଦୟ, ସମ୍ମାନନୀୟ ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀଯୁକ୍ତ ମାନସ ମହାନ୍ତି , ଆମର ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବାଲେଶ୍ଵର ମାନ୍ୟବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ଲୋକପ୍ରିୟ ବିଦ୍ୟାୟକ ମାନ୍ୟବର ମାନସ କୁମାର ଦତ୍ତ ଏବଂ ବାଲେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ୱର ବେହେରା ତଥା ରାଜ୍ୟ ଏବଂ ଜିଲ୍ଲା ର ସମସ୍ତ ବରିଷ୍ଠ ଓ କନିଷ୍ଠ ନେତୃବୃନ୍ଦ,ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି। ମୋ ଭଳି ଏକ ସାଧାରଣ କାର୍ଯ୍ୟକର୍ତ୍ତା କୁ ବାଲେଶ୍ଵର ଜିଲ୍ଲାର ଉପସଭାପତି ଦାୟିତ୍ବ ଦେଇଥିବାରୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ଆଗାମୀ ଦିନରେ ଦଳର ଶୀର୍ଷ ନେତୃତ୍ୱଙ୍କ ମାର୍ଗଦର୍ଶନରେ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସେବା ପାଇଁ ମୁଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ବାଲେଶ୍ଵର ଜିଲ୍ଲା କୁ ଏକ ଅଗ୍ରଣୀ ବିକଶିତ ଜିଲ୍ଲା ଭାବେ ଗଢ଼ିତୋଳିବା ସହ ଦଳର ପ୍ରତିଟି ଆଭିମୁଖ୍ୟକୁ ସଫଳ ରୂପାୟନ କରିବା ମୋର ମୂଳ ମନ୍ତ୍ର ହେବ।

