ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ବାଜପେୟୀଙ୍କ ସ୍ମୃତିରେ ଏକ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଆୟୋଜିତ ହୋଇଯାଇଛି। ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ୧୦୧ ଦୀପ ଉପସ୍ଥିତ ଜିଲ୍ଲା ପଦାଧିକାରୀ ଅର୍ପଣ କରିଥିଲେ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା ସମ୍ବୋଧିତ କରି ବାଜପେୟୀଙ୍କ ନୀତି ଆଦର୍ଶ ବିଷୟରେ ଆଲୋଚନା କରିଥିଲେ। ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ନାରୀନେତ୍ରୀ ସୁଷମା ରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି ବିଜୟ ସାହୁ, ଜିଲ୍ଲା ଉପସଭାପତି ସୁକୁମାର ଦାସ, ଜିଲ୍ଲା ସମ୍ପାଦକ ବଳରାମ ବିଶ୍ବାଳ, ସନ୍ତୋଷ ସେଠୀ, ଜିଲ୍ଲା ସମ୍ପାଦିକା ରୋଜାଲିନ୍ ପାଣି, ଜିଲ୍ଲା ସମ୍ପାଦିକା ରବିତା ଦାସ, ସଞ୍ଜୁକ୍ତା ମହାପାତ୍ର, ଶଶିକାନ୍ତ ମିଶ୍ର, ଭଗବାନ ଗୁପ୍ତା, ମଣ୍ଡଳ ସଭାପତି କାହ୍ନୁଚରଣ ମହାଳିକ, ସୁକାନ୍ତି ଦେବ ଗୋସ୍ୱାମୀ, ଏଡଭୋକେଟ ସନ୍ତୋଷ ସେଠୀ, ସୁସ୍ମିତା ପଣ୍ଡା, ମଧୁଶ୍ରୀ ପଣ୍ଡା, ଜୁବଲୀ ମହାନ୍ତି, ପିଣ୍ଟୁ ପଣ୍ଡା ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ଗୌରାଙ୍ଗ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

