ଭୁବନେଶ୍ୱର, ନୟାପଲ୍ଲୀସ୍ଥିତ ମହର୍ଷି ପବ୍ଲିକ ସ୍କୁଲରେ ତା ୧୭/୧୨/୨୦୨୫ ରୁ ତା ୧୮/୧୨/୨୦୨୫ ପର୍ଯ୍ୟନ୍ତ ଦୀର୍ଘ ଦୁଇଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର (ପୂର୍ବତନ ବିଧାୟକ), ଶ୍ରୀମତୀ ରୋଜାଲିନ୍ ମିଶ୍ର ( ସମାଜସେବୀ), ଶ୍ରୀମତୀ ମାନସୀରାଣୀ ସୁନ୍ଦରାୟ (ସ୍ଥାନୀୟ କର୍ପୋରେଟର), ଶ୍ରୀଯୁକ୍ତ ରାଖାଲ କୁମାର ସେଠୀ (ରାଷ୍ଟ୍ରୀୟ ସ୍ଵର୍ଣ୍ଣ ପଦକ ବିଜେତା) ଯୋଗ ଦେଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ହେନା ମହାପାତ୍ର ଅତିଥିମାନଙ୍କୁ ସ୍ଵାଗତ ଜଣାଇ ମଞ୍ଚାସୀନ କରାଇଥିଲେ। ଶ୍ରୀମତୀ ମହାପାତ୍ରଙ୍କ ସହାୟତାରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ସ୍ଵାସ୍ଥ୍ୟ ହିଁ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଶପଥ ଗ୍ରହଣ ଓ ବ୍ୟାଣ୍ଡ୍ର ତାଳେ ତାଳେ କସରତ ପ୍ରଦର୍ଶନ କରାଯାଇଥିଲା। ଉତ୍ତମ ସ୍ଵାସ୍ଥ୍ୟ ପାଇଁ ବ୍ୟାୟାମ ନିତାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ସମସ୍ତ ଅତିଥିମାନେ ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିଲେ।
ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ ଶ୍ରୀମତୀ ହେନା ମହାପାତ୍ର ସମସ୍ତ ଅତିଥି, ଅଭିଭାବକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଉଦ୍ଯାପନ କରିଥିଲେ।

