ବଣାଇ : ଏବେ ଶୀତ କମିବାର ନାହିଁ । ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ୧୦ ଡିଗ୍ରୀ ତଳେ ୮ ସହର । କ୍ରମାଗତ ୧୦ ଦିନ ହେଲା ଲାଗି ରହିଛି ପ୍ରବଳ ଥଣ୍ଡା । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ ।
ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେରେ ଘନ କୁହୁଡି ସାଙ୍ଗକୁ ଶୀତ । ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଲୋକମାନେ ଲାଇଟ ଲଗାଇ ଯିବାଆସିବା କରୁଛନ୍ତି । ସନ୍ଧ୍ୟା ୭ଟା ପରେ ରାସ୍ତାଘଟ ଶୂନଶାନ ହୋଇଯାଉଛି ।

