ଭୁବନେଶ୍ବର : ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ତେଜିଲା ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ନେତା । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଜାରି ରହିଛି । ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀର ଶତାଧିକ ଲୋକ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି ।
ପ୍ରଣବ କହିଛନ୍ତି, ଧର୍ମଶାଳାରେ ଗୁଣ୍ଡାରାଜ ଚାଲିବା ନାହିଁ l ନ୍ୟାୟ ନ ମିଳବା ଯାଏ ଧାରଣା ଉଠିବୁ ନାହିଁ l ତାଙ୍କ ଘର ଭିତରେ ପଶି ମହିଳା, ଯୁବକ, ଛାତ୍ରମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ସହ ମା’ ମାନଙ୍କୁ ମଧ୍ୟ ଅସଦାଚରଣ କରିବା ଅଭିଯୋଗ ଆଣିଛନ୍ତି । ବିଗତ ଦିନରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେମାନଙ୍କ ସାହସ ବଢୁଛି ବୋଲି କହିଛନ୍ତି ପ୍ରଣବ । ଧର୍ମଶାଳାରେ ଅରାଜକତା ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି । ଗତକାଲି ରାତିରୁ ଧାରଣା ଦେଇଛନ୍ତି ବିଜେଡି ନେତା । ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଜଣେ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣି ଶତାଧିକ କର୍ମୀ ଜେନାପୁର ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।

