ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଡିସେମ୍ୱର ୯ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ହେଲେ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ କି ମୋବାଇଲକୁ ମେସେଜ ଆସିନାହିଁ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ । ଚଳିତ ବର୍ଷ ଖରିଫ ଋତୁରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାର ୧୦୪ ଟି ମଣ୍ଡିରେ ଧାନ କିଣାଯିବାର ନିଷ୍ପତ୍ତି ହୋଇଛି । ସେଥି ମଧ୍ୟରେ ୭୧ଟି ପେକ୍ସ , ୩୦ଟି ସବସେଣ୍ଟର ଏବଂ ୩୦ଟି ଏସଏଜି ମାଧ୍ୟମରେ ଧାନ କିଣିବାର ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷ ଅଧିକ ଧାନ ଅମଳ ନେଇ ଜିଲ୍ଲାରେ ୨୨ଲକ୍ଷ ୩୨ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଜିଲ୍ଲା ଧାନ ବିକ୍ରି କରିବାପାଇଁ 68 ହଜାର 711 ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ଜିଲାରେ ଅନେକ ମଣ୍ଡି ମଧ୍ୟ ଖୋଲି ନାହାଁନ୍ତି । ଚାଷୀ କେବେ ଧାନ ବିକ୍ରି କରିବେ ସେନେଇ ଚିନ୍ତାରେ ରହିଥିବା ବେଳେ ଏବେ ଶୀତ କାକରରେ ଖୋଲା ଆକାଶ ତଳେ ଧାନକୁ ଜଗି ରହୁଛି । ବିକ୍ରି ଅମଳ କରିବାର 15 ଦିନରୁ ହୋଇଥିଲେ ମଧ୍ୟ ଟୋକନ ନ ଆସିବାରୁ ଖଳାରେ ଧାନକୁ ଜଗି ରହିଛି । ଶୀତ କାକରରେ ରାତିରେ କିଭଳି ଜଗୁଛି ଧାନ, କେବେ ଟୋକନ ମିଳିବ, ଧାନ ବିକ୍ରି ହେବ କି ନାଁ କେତେ ଟଙ୍କାରେ ଚାଷୀ ଧାନ ବିକ୍ରି କରିବେ ।

