- 150 କିମି ତାଳଚେର-ବିମଳାଗଡ଼ ନୂତନ ରେଳପଥର 34 କିମି ସେକ୍ସନ କାର୍ଯ୍ୟକ୍ଷମନୂଆଦିଲ୍ଲୀ, 12 ଡିସେମ୍ବର:
- ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ମୋଟ୍ ଦୂରତା 301 କିଲୋମିଟର ହୋଇଥିବା ବେଳେ ନଭେମ୍ବର 2025 ସୁଦ୍ଧା ଏଥିମଧ୍ୟରୁ 226 କିଲୋମିଟର ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଆଜି ରାଜ୍ୟସଭାରେ ଓଡ଼ିଶାରେ ରେଳ ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, 5,089 କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ଦ୍ରୁତ ଗତିରେ ଜାରି ରହିଛି। ମାର୍ଚ୍ଚ 2025 ସୁଦ୍ଧା ଏହି ପ୍ରକଳ୍ପରେ 4,311 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହି ପ୍ରକଳ୍ପ ପାଇଁ ମୋଟ୍ ଆବଶ୍ୟକ 3274.41 ଜମି ମଧ୍ୟରୁ 3158.10 ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଛି। 226 କିଲୋମିଟର ଲମ୍ବ ଏହି ପ୍ରକଳ୍ପ ମଧ୍ୟରୁ ଖୋର୍ଦ୍ଧା ପଟରୁ ଖୋର୍ଦ୍ଧା ରୋଡ-ଦଶପଲ୍ଲା 106 କିଲୋମିଟର ଏବଂ ବଲାଙ୍ଗିର ପଟୁ ବଲାଙ୍ଗିରରୁ ପୁରୁଣା କଟକ ପର୍ଯ୍ୟନ୍ତ 120 କିଲୋମିଟର ରେଳ ମାର୍ଗରେ ରେଳ ଚଳାଚଳ ଆରମ୍ଭ କରିସାରିଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅବଶିଷ୍ଟ କାମ ଜାରି ରହିଛି।
- କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଝାରସୁଗୁଡ଼ା-ସମ୍ବଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ କ୍ଷେତ୍ରରେ ରେଳ ଯୋଗାଯୋଗରେ ସୁଧାର ଲାଗି ତାଳଚେର-ବିମଳାଗଡ଼ ନୂଆ ଲାଇନ୍ (150 କିମି), ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ (101 କିମି), ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ (206 କିମି), ସମ୍ବଲପୁର-ଜରପଡ଼ା ତୃତୀୟ ଏବଂ ଚତୁର୍ଥ ଲାଇନ୍ (127 କିମି), ନିର୍ଗୁଣ୍ଡି-ବିଜୟନଗରମ ତୃତୀୟ ଲାଇନ (385କିମି) ସମେତ ମୋଟ୍ 14ଟି ରେଳ ଲାଇନ ପ୍ରକଳ୍ପ, ଫ୍ଲାଇଓଭର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି।
- ଶ୍ରୀ ବୈଷ୍ଣବ କହିଛନ୍ତି, ତାଳଚେର-ବିମଳାଗଡ଼ (150 କିଲୋମିଟର) ନୂତନ ରେଳପଥ ଏକ ଅନୁମୋଦିତ ପ୍ରକଳ୍ପ। ପ୍ରକଳ୍ପର ମୂଲ୍ୟ 1,928 କୋଟି ଟଙ୍କା ହୋଇଥିବା ବେଳେ ମାର୍ଚ୍ଚ 2025 ସୁଦ୍ଧା ଏଥିପାଇଁ 1646 ଟଙ୍କା କୋଟି ଖର୍ଚ୍ଚ ହୋଇଛି। ବର୍ତ୍ତମାନ ସୁଦ୍ଧା, ମୋଟ ଆବଶ୍ୟକ 858.64 ହେକ୍ଟର ଜମି କ୍ଷେତ୍ରଫଳରୁ 751.57 ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଉପଲବ୍ଧ ଜମିରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ନଭେମ୍ବର 2025 ସୁଦ୍ଧା 34 କିଲୋମିଟର ସେକ୍ସନ (ତାଳଚେର-ପାରାବିଲ) କାର୍ଯ୍ୟକ୍ଷମ କରାଯାଇଛି। ଅବଶିଷ୍ଟ ସେକ୍ସନଗୁଡ଼ିକର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

