ଆଜିବି ଏକାଧିକ ବିମାନ ବାତିଲ, ବିମାନବନ୍ଦରରେ ଯାତ୍ରୀ ହନ୍ତସନ୍ତ
ନୂଆଦିଲ୍ଲୀ: ବିମାନ ବାତିଲ, ଯାତ୍ରୀ ହନ୍ତସନ୍ତ । ଆଜି ପଞ୍ଚମ ଦିନରେ ପହଞ୍ଚିଛି ଇଣ୍ଡିଗୋ ଫ୍ଲାଇଟ୍ ବିଭ୍ରାଟ । ଉଡ଼ାଣ ବାତିଲ ଯୋଗୁ ଏକାଧିକ ବିମାନ ବନ୍ଦରରେ ଏବେ ବି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ବି ଏକାଧିକ ବିମାନ ବାତିଲ ହୋଇଛି । ଗତକାଲି ୧୬ଟି ବିମାନ ବାତିଲ ହୋଇଥିଲା । ଭୁବନେଶ୍ବର ଏୟାରପୋର୍ଟରେ ହଇରାଣ ହରକତ ହେଉଛନ୍ତି ଯାତ୍ରୀ । ଯାତ୍ରୀଙ୍କୁ ବିମାନଯାତ୍ରା ନେଇ ମିଳୁନି ସଠିକ ସୂଚନା । ଦୀର୍ଘ ସମୟ ଧରି ଏୟାରପୋର୍ଟରେ ଫସି ରହୁଛନ୍ତି ।