ରାଜ୍ୟ

ନଦୀରେ ଗାଧୋଇବା ହେଲା କାଳ, ଚାଲିଗଲା ଛାତ୍ରଙ୍କ ଜୀବନ

Spread the love

ଯାଜପୁର: ଛାତ୍ରଙ୍କ ସଲିଳ ସମାଧି ।  ଖରସ୍ରୋତା ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ।  ଯାଜପୁର ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ସରିଫାବାଦ ଘାଟ ନିକଟରେ ଘଟିଛି ଅଘଟଣ ।  ମୃତ ଛାତ୍ର ହେଲେ ମୁଗୁପାଳ ପଞ୍ଚାୟତ ବରାଂଶ ଗାଁର ରାଜେନ୍ଦ୍ର କଣ୍ଠଙ୍କ ଏକମାତ୍ର ପୁଅ ସାଇ ସାରଥୀ ।  ସାଇ ସାରଥୀ ଆଜି ସକାଳ ସମୟରେ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ନଦୀରେ ବୁଡି ଯାଇଥିଲେ ।

ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀର କର୍ମଚାରୀ ନଦୀରୁ ଛାତ୍ରଙ୍କୁ ମୃତଦେହଉଦ୍ଧାର କରିଥିଲେ ।  ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *