ଆନ୍ଧ୍ରପ୍ରଦେଶ: କରତ ଆକ୍ରମଣକାରୀକୁ ପୋଲିସ ଗୁଳି । ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଯନ୍ତ୍ରଚାଳିତ କରତରେ ଆକ୍ରମଣ କରିଥିବା ଆକ୍ରମଣକାରୀକୁ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ୨୧ ବର୍ଷୀୟ ଅଭିଯୁକ୍ତ ହେମନ୍ତ ଗୁରୁତର ଆହତ ହୋଇଛି ।
ସୂଚନା ମୁତାବକ, ଗତ ଶନିବାର ଅନନ୍ତପୁର ଜିଲ୍ଲାର ରାପ୍ତାଡୁ ସ୍ଥିତ ଏକ ଜିଲ୍ଲା ପରିଷଦ ସ୍କୁଲରେ ଏହି ଭୟଙ୍କର ଆକ୍ରମଣ ଘଟିଥିଲା । ଅଭିଯୁକ୍ତ ହେମନ୍ତ ଏକ ଯନ୍ତ୍ରଚାଳିତ କରତ ଧରି ସ୍କୁଲରେ ପଶିଥିଲା । ଏହାପରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ଓ ତାଙ୍କ ସହପାଠୀଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲା । ଗତକାଲି ସନ୍ଧ୍ୟାରେ ଆତ୍ମକୁର ଜଙ୍ଗଲ ଅଞ୍ଚଳ ନିକଟରେ ପୋଲିସ ଏନକାଉଣ୍ଟରରେ ହେମନ୍ତ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।
ସ୍କୁଲ ପରିସରରେ ଏଭଳି ମାରାତ୍ମକ ଅସ୍ତ୍ରରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରାଯିବା ଘଟଣା ସ୍କୁଲ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି । ତେବେ ଆକ୍ରମଣ ପଛର କାରଣ ଏବଂ ଏନକାଉଣ୍ଟରର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ଅପେକ୍ଷା କରାଯାଇଛି ।

