କାଁପଡା ମଠସାହିରେ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ।
ତିହିଡି – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର କିଛି ଅସହାୟ ମାନଙ୍କୁ ପୂର୍ବତନ ବିଧାୟକ ସ୍ଵର୍ଗତ ମନମୋହନ ଦାସ ଓ ସ୍ୱର୍ଗତ ରମାମଣି ଦାସ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ଶ୍ରୀ ଓଡିଶା ଠାକୁର ବାବା ଋଷି ମହାରାଜ ମେନେଜିଙ୍ଗ ଟ୍ରଷ୍ଟି ସହାୟତାରେ ରବିବାର ଶୁଖୁଲାଖାଦ୍ୟ ବଣ୍ଟନ କରାଯାଇଛି।ମଠସାହି ରାଜସ୍ୱ ଗ୍ରାମର ୪ଟି ୱାର୍ଡର ୧୦୦ ଜଣ ଭିନ୍ନକ୍ଷମ ଓ ବିଧବାଙ୍କୁ ଲୁଣ,ଗୁଡ଼,ମୁଢି,ଚିନି,ଅମୁଲ,ବିସ୍କୁଟ, ପାଚିଲାକଦଳୀ ,ପାଣିବୋତଲ ଇତ୍ୟାଦି ପ୍ୟାଜେଟ କରାଯାଇ ବଣ୍ଟନ କରାଯାଇଥିଲା।ଏହି ଅବସରରେ ଅଙ୍ଗନବାଡି କର୍ମୀ କବୟତ୍ରୀ ରୁବି ଲତା ଦାସଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଶ୍ରୀ ଓଡିଶା ଠାକୁର ବାବା ଋଷି ମହାରାଜ ଯୋଗଦେଇ ଅସହାୟ ମାନେ ନିଜକୁ ଦୁର୍ବଳ ନଭାବି ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି କହିଥିବା ବେଳେ ପରିବେଶକୁ ସ୍ୱଚ୍ଛ ରଖିବା ସହିତ ଶିକ୍ଷିତ ହେବାକୁ ପରାମର୍ଶ ଦେଇଥିଲେ।ଏଥିରେ ସମ୍ନାନିତ ଅତିଥି ଭାବେ ଚାରୁ ଚନ୍ଦ୍ର ମଲ୍ଲିକ,ସାମ୍ବାଦିକ ପ୍ରଭାତ ରାଉଳ, ତାପସ ଦାସ,ସମାଜସେବୀକା ମାନସୀ ନାୟକ,ସୁଶାନ୍ତ କୁମାର ଦାସ,ସୁବଳ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

