ଭାରତୀୟ ଜନତା ପାର୍ଟିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବରେନ୍ଦ୍ର ମହାଳିକଙ୍କୁ ଦଳୀୟ ବିଚାରଧାରା, ନୀତି ଓ ଆଦର୍ଶର ପରିପନ୍ଥୀ କାର୍ଯ୍ୟକଳାପ ଅଭିଯୋଗରେ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଗଲା।
ସମ୍ପ୍ରତି ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଥିବା ଏକ ଅଡ଼ିଓ କ୍ଲିପ୍କୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଉକ୍ତ ଅଡ଼ିଓରୁ ଗୋ-ମାଫିଆଙ୍କ ସହ ଆର୍ଥିକ କାରବାରରେ ତାଙ୍କର ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ ପାଉଛି।
ଗୋ-ସୁରକ୍ଷା ଓ ଗୋ-ସେବା ଭାରତୀୟ ଜନତା ପାର୍ଟିର ବିଚାରଧାରା ଏବଂ ଆଦର୍ଶ ସହ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ। ଏଭଳି ଗୁରୁତର ଅଭିଯୋଗ ଦଳର ନୈତିକତା, ଶୃଙ୍ଖଳା ଓ ସାଂଗଠନିକ ମର୍ଯ୍ୟାଦାକୁ ପ୍ରଶ୍ନବିଦ୍ଧ କରୁଛି।
ଭାରତୀୟ ଜନତା ପାର୍ଟିରେ ବ୍ୟକ୍ତିଠାରୁ ଦଳର ନୀତି ଓ ଆଦର୍ଶ ବଡ଼। ଦଳୀୟ ଶୃଙ୍ଖଳା ଓ ବିଚାରଧାରା ସହ କୌଣସି ପ୍ରକାରର ସାଲିସ୍ ଗ୍ରହଣୀୟ ନୁହେଁ।
ତେଣୁ ଦଳର ନୀତି, ଆଦର୍ଶ ଓ ଶୃଙ୍ଖଳାର ସୁରକ୍ଷା ଦୃଷ୍ଟିରୁ ଏହି କଠୋର ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଦଳୀୟ ଶୃଙ୍ଖଳା ସର୍ବୋପରି। ଆଦର୍ଶରୁ ବିଚ୍ୟୁତି ପାଇଁ ଦଳରେ କୌଣସି ସ୍ଥାନ ନାହିଁ।

