ରାଜ୍ୟ

କାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ମା’ ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ

Spread the love

ଘଟଗାଁ: କାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ।  ଘଟଗାଁ ମା ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ।  ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।  ମୁଖ୍ୟମନ୍ତ୍ରୀ ହେବା ପରେ ଗତ ଜୁନ୍ ୨୧ ତାରିଖରେ ମା ତାରିଣୀଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ।

ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କାର୍ଯ୍ୟ ହେବ ।  କାଲି ମା ତାରିଣୀଙ୍କ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ।  ପରେ ଘଟଗାଁ ମିନି ଷ୍ଟାଡିୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥର କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *