ପ୍ରଳୟ ପାଟିରେ ପର୍ଯ୍ୟଟନସ୍ଥଳ: ପ୍ରକୃତିର ତାଣ୍ଡବ ପରେ ବିଦେଶ ଭ୍ରମଣ ପାଇଁ ଭୟ କରୁଛନ୍ତି ପର୍ଯ୍ୟଟକ
ନୂଆଦିଲ୍ଲୀ: ଚାଲିଛି ପର୍ଯ୍ୟଟନ ଋତୁ । ଏବେ ସମସ୍ତେ ବୁଲାବୁଲି ମନସ୍କ । କିଏ ରାଜ୍ୟ ଭିତରେ ତ କିଏ ରାଜ୍ୟ ବାହାରକୁ ଯାଉଛି ପୁଣି କିଏ ବିଦେଶ ଭ୍ରମଣ ପାଇଁ ଯୋଜନା କରୁଛନ୍ତି । ପର୍ଯ୍ଯଟନ ଋତୁ ସାରା ବିଶ୍ୱର ଲୋକମାନେ ଥାଇଲ୍ୟାଣ୍ଡ, ଭିଏତନାମ ଏବଂ ଶ୍ରୀଲଙ୍କା ଭଳି ଏସୀୟ ଦେଶଗୁଡ଼ିକୁ ଛୁଟି କାଟିବାକୁ ଯାଆନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ କି ସଂସ୍କୃତି ଏବଂ ସଭ୍ୟତା ବାବଦରେ ଜାଣିବାକୁ ଲୋକେ ବିଦେଶ ବୁଲି ଯାଆନ୍ତି । କିନ୍ତୁ ଏବେ ପ୍ରକୃତିର କରାଳ ରୂପ ପାଇଁ ଏବଂ ପ୍ରକୃତିର ତାଣ୍ଡବ ପାଇଁ ପର୍ଯ୍ୟଟନର ସ୍ବର୍ଗ କୁହାଯାଉଥିବା କେତେକ ଦେଶରେ ଏବେ ଆତଙ୍କ ଖେଳିଯାଇଛି ।
ନଭେମ୍ବରରୁ ମାର୍ଚ୍ଚ ଯାଏଁ ପର୍ଯ୍ୟଟନ ଋତୁ ଚାଲିବାକୁ ଥିବା ବେଳେ ଏବେ ପର୍ଯ୍ୟଟକମାନେ ଏସବୁ ସ୍ଥାନକୁ ଯିବାକୁ ଭୟ କରୁଛନ୍ତି । କେବଳ ନଭେମ୍ବର ମାସରେ ହିଁ ପୂର୍ବ ଏସୀୟ ଦେଶଗୁଡ଼ିକରେ ୪୦ରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି । ଯେଉଁଥିରେ ୧୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଲୋକ ଆହତ, ବାସହୀନ ହୋଇଛନ୍ତି ଆଉ ନିଖୋଜ ଅଛନ୍ତି ।
ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ଭିଏତନାମ, ଶ୍ରୀଲଙ୍କା ପରେ ଏବେ ଭାରତ ମଧ୍ୟ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆର ଏହି ଦେଶଗୁଡ଼ିକ ପ୍ରକୃତିର କ୍ରୋଧର ଶିକାର । ଇଣ୍ଡୋନେସିଆରେ ପାଖାପାଖି ୧୩୦୦ ଲୋକଙ୍କ ଜୀବନ ବାତ୍ୟା ପରବର୍ତ୍ତୀ ବନ୍ୟା ନେଇଥିବା ବେଳେ । ଶ୍ରୀଲଙ୍କାରେ ବନ୍ୟା ପାଇଁ ମୃତ୍ୟୁ ସଂଖ୍ଯା ୬୦୦ ଟପିଛି । ଫିଲିପାଇନ୍ସରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଥାଇଲାଣ୍ଡରେ ବି ୨୦୦ ଟପିଛି ମୃତ୍ୟୁ ସଂଖ୍ଯା ।