ଦାଦନ ଚାଲାଣ ରୋକିବା ବେଳେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଦେଲେ କାଉନସିଲର ବଣ୍ଟି ଖାନ୍
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦେଲେ ହତ୍ୟା ଧମକ। ବୁଧବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଜିଆରପି ପୁଲିସ ଷ୍ଟେସନରେ ଏତଲା ଦେଲେ ବିଧାୟକ।
ବିଧାୟକ ଲକ୍ଷ୍ମଣ ବାଗ ବୁଧବାର ଟ୍ରେନ ଯୋଗେ ବାହାରକୁ ଯିବା ସମୟରେ Link Expressରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ବେଳେ, ଦାଦନ ଶ୍ରମିକମାନଙ୍କୁ ନେଇ କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଏହି ସମୟରେ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ, ବଣ୍ଟି ବେହେରା ସହ ୬ରୁ ଅଧିକ ଲୋକ ଦୌଡ଼ି ଆସି ତାଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ଦେଇଥିବା ଏତଲାରେ ଉଲ୍ଲେଖ ଅଛି । ଏନେଇ ଜିଆରପି ପୁଲିସ ତଦନ୍ତ ଆରମ୍ଭ କରିଛି।