ରାଜ୍ୟ

ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ ର ବିଶେଷ ପ୍ରଭାବ ନାହିଁ

Spread the love

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ନେଇ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ସେ କହିଛନ୍ତି,୧୫ କିମି ପ୍ରତିଘଣ୍ଟାରେ ଗତି କରୁଛି ବାତ୍ୟା ‘ମୋନ୍ଥା’ । 

ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ଆହୁରି କହିଛନ୍ତି, ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେଇଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦୁର୍ବଳ ହୋଇ ଆଗକୁ ୩ଘଣ୍ଟା ମଧ୍ୟରେ ଗଭୀର ଅବପାତ ଓ ତାର ୬ ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବ । ରାଜ୍ୟରେ ବିଶେଷ ପ୍ରଭାବ ନାହିଁ । ମାଲକାନଗିରିକୋରାପୁଟନବରଙ୍ଗପୁରକଳାହାଣ୍ଡିଗଜପତିଗଞ୍ଜାମରାୟଗଡ଼ାସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପବନର ଗତି ୪୫-୫୫ କିମି ପ୍ରତି ଘଣ୍ଟା ଓ ଝଟକା ପବନର ବେଗ ୬୫ କିଲୋମିଟର ପ୍ରତି ଘଣ୍ଟା ରହିବ। ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ୩୫-୪୫ କିମି ପ୍ରତି ଘଣ୍ଟା ପବନର ବେଗ ରହିବ ଓ ଝଟକା ପବନ ୫୫ କିମି ପ୍ରତିଘଣ୍ଟା ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ସନ୍ଧ୍ୟା ୭ ରୁ ରାତି ୧ ପର୍ଯ୍ୟନ୍ତ ଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।

Leave a Reply

Your email address will not be published. Required fields are marked *