ରାଜ୍ୟ

ଯେ କୌଣସି ପରିସ୍ଥିତି ଆସିଲେ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ମନ୍ତ୍ରୀ ସୁରେଶ ପୂଜାରୀ

Spread the love

ଭୁବନେଶ୍ବର: ବାତ୍ୟା ମନ୍ଥା ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ | ଗଞ୍ଜାମଗଜପତି, ରାୟଗଡା, କୋରାପୁଟମାଲକାନଗିରିକନ୍ଧମାଳକଳାହାଣ୍ଡିନବରଙ୍ଗପୁର ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ| ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବାତ୍ୟା ପ୍ରଭାବରେ ୬୦ରୁ ୧୦୦ କିମି ପର୍ଯ୍ୟନ୍ତ ହୋଇପାରେ ପବନ | ବିଭିନ୍ନ ବିଭାଗ ସହ ପ୍ରସ୍ତୁତି ନେଇ ବୈଠକ ସରିଛି | ପଞ୍ଚାୟତରୁ ରାଜ୍ୟ ସ୍ତରରେ ପ୍ରସ୍ତୁତି ସରିଛି | ଯେ କୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ |ସେ ଆହୁରି କହିଛନ୍ତି, ବାତ୍ୟାର ଗତି ବଢ଼ି ବଢ଼ି ଯାଉଛି | ଅବପାତର ଗତି ଘଣ୍ଟା ପ୍ରତି ୧୮ କିମି ବେଗରେ ରହିଛି | ଗତି ଯେତେ ବଢିବ କ୍ଷତି କମିବ | ଗୋପାଳପୁର ଠାରୁ ୬୦୯ କିମି ଦୂରରେ ବାତ୍ୟା | ମାଲକାନଗିରି ଦେଇ ଅତିକ୍ରମ କରି ଛତିଶଗଡ଼ ଯିବ ବାତ୍ୟା | ଛତିଶଗଡ଼ରେ ବର୍ଷା ଵି ହେବ, ଫଳରେ ମହାନଦୀରେ ପାଣି ଆସିବ | ଜଳ ଭଣ୍ଡାରରୁ ଜଳ ଛଡ଼ା ଯାଉଛି | ସମୁଦ୍ର ଭିତରେ ଥିଲେ ଫେରି ଆସିବା ପାଇଁ ସମସ୍ତଙ୍କୁ କୁହାଯାଇଛି | ଆବଶ୍ୟକ ହେଲେ ହେଲିକପ୍ଟର ବ୍ୟବହାର ହେବ | ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *