ରାଜ୍ୟ

ଚାଷୀଙ୍କ ପାଇଁ ଆସିଥିବା ସାରକୁ ଚାଷୀଙ୍କୁ ଠିକ୍ ଭାବରେ ବଣ୍ଟନ ନ କରି ଏକ ବୋଲେରୋ ପିକପ ଗାଡ଼ି ନମ୍ବର ଓଡି ୧୭ ଆର ୦୫୮୪ରେ ଲୋଡ୍ କରି ନେଉଥିବା ବେଳେ ପେକ୍ସ୍ ଆଗରେ ଧରିଛନ୍ତି ଚାଷୀ।

Spread the love

ଦେଓଗାଁ/ସଇଁତଲା: ବଲାଙ୍ଗୀର ଜିଲ୍ଲାର ସଇଁତଳା କୃଷି ସମବାୟ ସମିତିରୁ ସାର ଚୋରା ଚାଲାଣ ହେଉଥିବା ବେଳେ ଧରିଛନ୍ତି ଚାଷୀ। ଚାଷୀଙ୍କ ପାଇଁ ଆସିଥିବା ସାରକୁ ଚାଷୀଙ୍କୁ ଠିକ୍ ଭାବରେ ବଣ୍ଟନ ନ କରି ଏକ ବୋଲେରୋ ପିକପ ଗାଡ଼ି ନମ୍ବର ଓଡି ୧୭ ଆର ୦୫୮୪ରେ ଲୋଡ୍ କରି ନେଉଥିବା ବେଳେ ପେକ୍ସ୍ ଆଗରେ ଧରିଛନ୍ତି ଚାଷୀ। ସଇଁତଳା ପେକ୍ସରେ କୌଣସି ଗୋଦାମ ଘର ନ ଥିବା ବେଳେ ସାରକୁ ଜାମପଦରରେ ଥିବା ଗୋଦାମକୁ ଯାଉଛି ବୋଲି କହିବାରୁ ଚାଷୀ ସନ୍ଦେହ କରି ଗାଡ଼ି ଅଟକ ରଖିଛନ୍ତି। ତେବେ ସାରକୁ ନେଇ ପେକ୍ସ ସମ୍ପାଦକ ମୁଁହ ଖୋଲୁ ନଥିବାର ଚାଷୀ ଅଭିଯୋଗ କରୁଛନ୍ତି।

ଚାଷୀଙ୍କ ପାଇଁ ଆସିଥିବା ସାରକୁ ଚାଷୀଙ୍କୁ ଠିକ୍ ଭାବରେ ବଣ୍ଟନ ନ କରି ଏକ ବୋଲେରୋ ପିକପ ଗାଡ଼ି ନମ୍ବର ଓଡି ୧୭ ଆର ୦୫୮୪ରେ ଲୋଡ୍ କରି ନେଉଥିବା ବେଳେ ପେକ୍ସ୍ ଆଗରେ ଧରିଛନ୍ତି ଚାଷୀ। ସଇଁତଳା ପେକ୍ସରେ କୌଣସି ଗୋଦାମ ଘର ନ ଥିବା ବେଳେ ସାରକୁ ଜାମପଦରରେ ଥିବା ଗୋଦାମକୁ ଯାଉଛି ବୋଲି କହିବାରୁ ଚାଷୀ ସନ୍ଦେହ କରି ଗାଡ଼ି ଅଟକ ରଖିଛନ୍ତି। ତେବେ ସାରକୁ ନେଇ ପେକ୍ସ ସମ୍ପାଦକ ମୁଁହ ଖୋଲୁ ନଥିବାର ଚାଷୀ ଅଭିଯୋଗ କରୁଛନ୍ତି।

ପୂର୍ବରୁ ମଧ୍ୟ ଏହି ପେକ୍ସରେ ଏକ୍ସପାରି ଡେଟ ଯାଇଥିବା ନାନୋ ୟୁରିଆ ସାର ବିକ୍ରି କରି ଚର୍ଚ୍ଚାକୁ ଆସିଥିଲେ। ଦୁଇ ସପ୍ତାହ ତଳେ ଏକ୍ସପାରି ତାରିଖ ଯାଇଥିବା ନା ନୋ ୟୁରିଆ ସାରକୁ ଏହି ସଇଁତଳା ପେକ୍ସର ସମ୍ପାଦକ ବାଧ୍ୟତାମୂଳକ ଭାବେ ଚାଷୀଙ୍କୁ ନେବା ପାଇଁ କହିବାରୁ ଚାଷୀମାନେ ତାରିଖ ଦେଖି ବିରୋଧ କରିଥିଲେ। ଖାଲି ଏତିକି ନୁହେଁ, ଇଫକୋ  କମ୍ପାନୀର ମିଠା ଟ୍ରିପରେ ପେକ୍ସ ସମ୍ପାଦକ ରାଜ୍ୟ ବାହାରକୁ ଭ୍ରମଣରେ କିଛି ମାସ ତଳେ ଯାଇଥିବାର ଚର୍ଚ୍ଚା ବି ହେଉଛି। 

Leave a Reply

Your email address will not be published. Required fields are marked *