ରାଜ୍ୟ

ବିଜେପି ପକ୍ଷରୁ କବିବର ରାଧାନାଥ ରାୟଙ୍କ ଜନ୍ମ ଜୟନ୍ତୀ ପାଳନ

Spread the love

ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଗଡଗଡିଆ ସ୍ଥିତ କବି ବର ରାଧାନାଥ ରାୟ ଙ୍କ ପ୍ରତିମୂର୍ତ୍ତି ଠାରେ ବିଜେପି ର କବିବର ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଦର ବିଧାୟକ ମାନସ ଦତ୍ତ ଙ୍କ ଉପସ୍ଥିତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ପ୍ରତିମୂର୍ତ୍ତି ଓ ଚତୁର୍ପାର୍ଶ୍ଵ ସଫେଇ କରାଯାଇଥିଲା ଓ ପରେ ସାଂସଦ ଶ୍ରୀଯୁକ୍ଟ୍ର ଷଡ଼ଙ୍ଗୀ ଓ ବିଧାୟକ ଶ୍ରୀଯୁକ୍ତ ଦତ୍ତ କବିବର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ, ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟ ରେ ରାଧାନାଥ ରାୟଙ୍କ ଜୀବନି ଆଲୋକପାତ କରିଥିବା ବେଳେ ବିଧାୟକ ଶ୍ରୀଯୁକ୍ତ ଦତ୍ତ ତାଙ୍କ ସାହିତ୍ୟ ରଚନା ତଥା ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପ୍ରତି ତାଙ୍କର ଅବଦାନ ବିଷୟ ରେ ବକ୍ତବ୍ୟ ରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ରଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ପର୍ଶୁରାମ ବେହେରା,ବାଣେଶ୍ୱର ମଣ୍ଡଳ ସଭାପତି ଧିରଜ ମହାନ୍ତି, ଝାଡେଶ୍ୱର୍ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପଣ୍ଡା, ପୁର୍ବତନ ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡା, ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ, ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ଚରଣ ଦାସ, ଜିଲ୍ଲା ମିଡ଼ିଆ ସେଲ୍ ସହ ସଂଯୋଜକ ରଣଜିତ୍ କୁମାର ପୃଷ୍ଟି, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ରାଜେଶ୍ ମହାକୁଡ, ଜିଲ୍ଲା କୋଷାଧ୍ୟକ୍ଷ ସ୍ଵର ଝଙ୍କାର ସେଠୀ, ସାଧବ ଦାସ, ଉମେଶ ବେହେରା, ଉପେନ୍ଦ୍ର ଶତପଥୀ,ବିଶ୍ୱଜିତ୍ ଖଟୁଆ, ବିଶାଳ ଦେବ ମାଝୀ, ଶ୍ରୀୟା ଦାସ, ଶେଖ୍ ସାନଦାନି, ବଳରାମ ପାତ୍ର, ମନୋଜ ପୋଦାର, ବାବୁଲି ଧଳ, ସୁଶିଲ ଜଲାନ, ବେଣୁଧର ଦାସ , ମାସନ୍ତ ବାବୁ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *