ମୁଖ୍ୟ ଖବର

ଚେନ୍ନାଇରୁ ପ୍ରାୟ ୪୦୦ କିଲୋମିଟର ଦୂର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଥଲପତି ବିଜୟଙ୍କ ରାଲିରେ ଦଳାଚକଟା ହେବାରୁ ୮ଜଣ ପିଲାଙ୍କ ସମେତ ୩୯ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାର କାରଣ ଏବେ ଅସ୍ପଷ୍ଟ ରହିଛି।

Spread the love

କରୁର: ଚେନ୍ନାଇରୁ ପ୍ରାୟ ୪୦୦ କିଲୋମିଟର ଦୂର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଥଲପତି ବିଜୟଙ୍କ ରାଲିରେ ଦଳାଚକଟା ହେବାରୁ ୮ଜଣ ପିଲାଙ୍କ ସମେତ ୩୯ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାର କାରଣ ଏବେ ଅସ୍ପଷ୍ଟ ରହିଛି। କିନ୍ତୁ ଅନେକ ତ୍ରୁଟି ଏହି ଦଳାଚକଟା ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି। ପୁଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି ଯେ, ଅପରାହ୍ନରେ ବହୁ ସଂଖ୍ୟକ ସମର୍ଥକ ଏକତ୍ରିତ ହେବା ଆରମ୍ଭ କରିଥିଲେ। ବିଜୟଙ୍କ ଏକ ଝଲକ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ଲୋକେ। ବିଜୟ ପ୍ରାୟ ୭ଘଣ୍ଟା ବିଳମ୍ବରେ ରାଲିରେ ପହଞ୍ଚିଥିଲେ, ଏବଂ ଏହି ବିଳମ୍ବକୁ ଦଳାଚକଟାର କାରଣ ଭାବରେ ଦର୍ଶାଯାଉଛି। ବିଶେଷ କରି ଦଳାଚକଟା ପାଇଁ ୩ଟି କାରଣ ଦାୟୀ ବୋଲି କୁହାଯାଉଛି।

‌‌୧ରୋଡ୍‌ ସୋ’ ପାଇଁ ନଥିଲା ଅନୁମତି

ବିଜୟଙ୍କ ଦଳ ରାଲି ସହିତ ଏକ ରୋଡ୍ ସୋ’ କରିବା ପାଇଁ ଅନୁମତି ମାଗିଥିଲା। କିନ୍ତୁ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ସୋ’ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା। ହେଲେ ରାଲି ସ୍ଥାନକୁ ବିଜୟଙ୍କ ଯାତ୍ରା ଏକ ରୋଡ୍ ସୋ’ଠାରୁ କମ୍ ନଥିଲା। ପୁଲିସ କହିଛି ଯେ, ରୋଡ୍ ସୋ’ ଉପରେ ନିଷେଧ ସତ୍ତ୍ୱେ, ବିଜୟଙ୍କ ରାଲି ସ୍ଥାନକୁ ଯାତ୍ରା ପ୍ରାୟତଃ ଏକ ରୋଡ୍ ସୋ’ରେ ପରିଣତ ହୋଇଥିଲା। ରାଲି ସ୍ଥାନକୁ ଯିବା ସମୟରେ ବିଜୟଙ୍କ ପଛରେ ଶହ ଶହ କର୍ମୀ ଯୋଗ ଦେଇଥିଲେ। ହଜାର ହଜାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ପୁଲିସ ଏତେ ବଡ଼ ଜନସମାଗମ ଆଶା କରିନଥିଲା। ବିଜୟଙ୍କ ଏହି ବଡ଼ ଭୁଲ୍ ଦଳାଚକଟାର ଏକ କାରଣ ହୋଇପାରେ ବୋଲି କୁହାଯାଉଛି।୨. ୧୦,୦୦୦ ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, କିନ୍ତୁ ୨୭,୦୦୦ କିପରି ଆସିଲେ?

ବିଜୟଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ୧୦,୦୦୦ ଲୋକଙ୍କ ସମାବେଶକୁ ଅନୁମତି ଦେଇଥିଲା। ଏହି ସଂଖ୍ୟାକୁ ଆଧାର କରି ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ହେଲେ ପ୍ରାୟ ୨୭,୦୦୦ ଲୋକ ରାଲିରେ ପହଞ୍ଚିଥିଲେ। ଏହା ବିଜୟଙ୍କ ରାଲିରେ ଏକ ବଡ଼ ତ୍ରୁଟି ଥିଲା। ଏତେ ସଂଖ୍ୟାରେ ଲୋକ କିପରି କାର୍ଯ୍ୟକ୍ରମରେ ପହଞ୍ଚିଲେ? ଏହା ମଧ୍ୟ ପ୍ରଶ୍ନ ଉଠୁଛି। ଏତେ ସଂଖ୍ୟକ ଲୋକଙ୍କୁ ପରିଦିନ ୧୨ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରେ ଆସିଥିଲେ ବିଜୟ

ତାମିଲନାଡୁର ଡିଜିପି ଜି. ଭେଙ୍କଟରମଣ କହିଛନ୍ତି ଯେ, ଅଭିନେତା-ରାଜନେତା ବିଜୟ କରୁର ରାଲିରେ ପହଞ୍ଚିବାରେ ୭ଘଣ୍ଟା ବିଳମ୍ବ କରିବାରୁ ସମର୍ଥକଙ୍କ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ବିଜୟଙ୍କ କାର୍ଯ୍ୟକ୍ରମ ଦିନ ୧୨ଟାରେ ହେବାର ଥିଲା, କିନ୍ତୁ ସେ ପ୍ରାୟ ସନ୍ଧ୍ୟା ୭ଟାରେ ପହଞ୍ଚିଥିଲେ। ଏହି ୭ଘଣ୍ଟା ବିଳମ୍ବର କାରଣ କ’ଣ? କୁହାଯାଉଛି ଯେ ୭ଘଣ୍ଟା ବିଳମ୍ବ ଯୋଗୁଁ ସଭାସ୍ଥଳରେ ଏକ ବଡ଼ ଭିଡ଼ ଜମିଥିଲା। ପ୍ରତି ଘଣ୍ଟାରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା। ରାଲିରେ ଉପସ୍ଥିତ ଲୋକମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିଶାଳ ରାଲିକୁ ସମ୍ବୋଧିତ କରିବା ସମୟରେ ବିଜୟ ଏକ ଗୀତ ଗାଇଥିଲେ ଯେଉଁଥିରେ ଡିଏମକେ ନେତା ଭି. ସେନ୍ଥିଲ ବାଲାଜୀଙ୍କୁ ୧୦ ଟଙ୍କା ପ୍ରତି ବୋତଲ ବାଲା  ମନ୍ତ୍ରୀ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହା ଶୁଣି ଲୋକଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା ଏବଂ ତା’ପରେ ହଠାତ୍ ଲାଠିଚାର୍ଜ ଆରମ୍ଭ ହୋଇଗଲା।ଚାଳନା କରିବା ପାଇଁ ପୁଲିସ ସକ୍ଷମ ନଥିଲା। ଫଳସ୍ୱରୂପ, ଯେତେବେଳେ ବିଜୟ ପ୍ରାୟ ୭ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମରେ ପହଞ୍ଚିଲେ, ସେତେବେଳେ ଭିଡ଼ ତାଙ୍କୁ ଦେଖିବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ଏହା ମଧ୍ୟ ଦଳାଚକଟାର ଏକ କାରଣ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *