ତିହିଡ଼ି, ୨୬.୧୧: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଗଦି ଠାରେ ଏଆଇସିସି ପର୍ଯ୍ୟବେକ୍ଷକ ରଣେଶ ବସାୟାଙ୍କୁ କଂଗ୍ରେସ ପକ୍ଷରୁ ଉଷ୍ମ ଓ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଅବସରରେ ପର୍ଯ୍ୟବେକ୍ଷକଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସଭାସ୍ଥଳରେ ପହଂଚିଥିଲେ । ଏହାପରେ ଆୟୋଜିତ ସଭାରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ଜିଲ୍ଲା ପର୍ଯ୍ୟବେକ୍ଷକ ଜିଆ ଉଲ୍ ହକ୍ ଏବଂ ଚାନ୍ଦବାଲି ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ସେମାନେ ଦଳର ସାଂଗଠନିକ ସ୍ଥିତି, କର୍ମୀମାନଙ୍କ ଭୂମିକା ଏବଂ ଜନସାଧାରଣଙ୍କ ସହ ଦଳର ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ମତ ରଖିଥିଲେ । ଏହି ସଭାରେ କଂଗ୍ରେସ ନେତା ଧୀରେନ୍ଦ୍ର ବେହେରା, ଅମୂଲ୍ୟ ମହାକୁଡ଼, ସର୍ବେଶ୍ୱର ବେହେରା, ସୁଦର୍ଶନ ସ୍ୱାଇଁ, ରବୀନ୍ଦ୍ର ମାହୁନ୍ତ ଓ ବେଣୁଧର ମାଝୀ ପ୍ରମୁଖ ମଧ୍ୟ ଉଦ୍ବୋଧନ ଦେଇଥିଲେ । ସଭାରେ ବହୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

